ଓଡିଶା

ମୃତ ବ୍ୟକ୍ତିର ଶବ ଉଦ୍ଧାର କଲା ସମଲ ପୁଲିସ୍

କଣିହାଁ/ଜ୍ୟୋତି ରଂଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ସମଲ ଥାନା ଅଧିନସ୍ଥ ବିଲିଣ୍ଡା ହରିଜନ ସାହି ନିକଟସ୍ଥ ରାସ୍ତାରୁ ୩୦ମିଟର ଦୂରତ୍ୱ ଏକ ବୁଦୁବୁଦିଆ ସ୍ଥାନରୁ ରବିବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତ ଦେହକୁ ସ୍ଥାନୀୟ ପୁଲିସ୍ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ସମଲ ଗାଁର ମନୁ ସାମଲ(୪୮ବର୍ଷ) ବୋଲି ଜଣାପଡିଛି । ସୂଚନାରୁ ପ୍ରକାସ ଯେ, ମନୁ ସବୁଦିନ ଭଳି ସକାଳୁ ଘର ବାହାରି କାମକୁ ଯାଇ ଆଉ ଘରକୁ ଫେରି ନଥିଲେ । ଗତକାଲି ସମଗ୍ର ରାଜ୍ୟରେ ୨ୟ ଉତତ୍ପ ସହର ଭାବରେ ତାଳଚେର ହୋଇଥିବା ବେଳେ ଏହି ତାପମାତ୍ରା ଯୋଗୁଁ ମନୁଙ୍କର ରେ ଅଂଶୁଘାତ ଜନିତ ମୃତ ହେବା ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକଟ କରିଛନ୍ତି । ଖବର ପାଇ ସମଲ ଏଏସ୍ଆଇ ଅଜୟ କୁମାର ସାମଲ ଘଟଣାସ୍ଥଳରୁ ଶବକୁ ଜବତ କରି ପଂଚନାମା ପରେ ତାଳଚେର ଉପଖଣ୍ଡ ମେଡିକାଲକୁ ବ୍ୟବଛେଦ ନିମନ୍ତେ ପଠାଇ ଦେଇଥିବା ଜଣାପଡିଛି । ଏନେଇ ତାଙ୍କ ପୁଅ କୁହନ୍ତି ବାପାଙ୍କର କୈାଣସି ରୋଗ ନଥିଲା । ପ୍ରକାଶ ଥାଉକି, ଦୀର୍ଘ ସମୟ ଖରାରେ ତାଙ୍କ ଶରୀର ଚମଡା ସିଜି ଯାଇଥିଲା । ସଂଧ୍ୟାରେ ମୁକ୍ତି ରଥ ନେବା ବେଳେ ମନୁଙ୍କର ଚମଡା ଛାଡିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରିବାର ପକ୍ଷରୁ ଅଦ୍ୟାବଧି ଅଭିଯୋଗ କରିନଥିବା ଜଣାପଡିଛି । ତେବେ ବ୍ୟବଛେଦ ରିପୋଟ୍ ଆସିଲେ ମୃତର କାରଣ ଜଣାପଡିବ ବୋଲି ପୁଲିସ୍ ଏଏସ୍ଆଇ ଶ୍ରୀଯୁକ୍ତ ସାମଲ ପ୍ରକାଶ କରିଛନ୍ତି ।

Related posts

ସୂତାକଳ କାର୍ଯ୍ୟକ୍ଷମ ପାଇଁ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

mahabharatanews

ପେଟ୍ରୋଲ ପମ୍ପ ବିସ୍ଫୋରଣ: ଆହତଙ୍କ ଚିକିତ୍ସା ବହନ କରିବେ ସରକାର

mahabharatanews

ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews