ଓଡିଶା

ମଦ ପାଇଁ ସାମାଜିକ ଦୂରତା ଭୁଲିଗଲେ ଗ୍ରାହକ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: କରୋନା ପାଇଁ ମଦ ବେପାର ବନ୍ଦ ଥିବା ବେଳେ ସରକାର ରବିବାରଠାରୁ ମଦ ଅନଲାଇନରେ ଘରେ ପହଁଚାଇ ଦେବା କାର୍ୟ୍ୟ ଆରମ୍ଭ କରିଛନ୍ତି । ଗତ ଦୁଇଦିନ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅନଲାଇନରେ ପ୍ରାୟ୨୫ହଜାର ଲିଟର ମଦ ହୋମ ଡେଲିଭେରୀ ହୋଇଥିବାର ଜଣାପଡିଛି । ସମଗ୍ର ବିଶ୍ୱବାସୀ କରୋନା ମହାମାରୀକୁ ନେଇ ଅସ୍ତବ୍ୟସ୍ତ ହୋଇ ଜୀବନ ଓ ଜୀବିକାକୁ ନେଇ ସଂଘର୍ଷ କରୁଥିବା ବେଳେ ମଦ ବିକ୍ରୀ ପାଇଁ ଅନଲାଇନରେ ନିର୍ଦ୍ଦେଶ ଦିଆଯାଇଥିବାରୁ ମଦକୁ ନେଇ ମହାଭାରତ ଆରମ୍ଭ ହୋଇଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ୨ନମ୍ବର ବିଦେଶୀ ମଦ ଦୋକାନ ଆଗରେ ମଦ ନେବାପାଇଁ ପ୍ରବଳ ଭିଡ ହୋଇଥିବାର ଦେଖିବାକୁ ମିଳିଛି, ଅବକାରୀ ବିଭାଗ କର୍ମଚାରୀଙ୍କ ବାରଣ ସତ୍ତେ୍ୱ କିଛି ସମୟ ପାଇଁ ସେଠାରେ ସମସ୍ତେ ସାମାଜିକ ଦୂରତାକୁ ଭୁଲି ଯାଇ ମଦ ବୋତଲଟିଏ ପାଇଁ ଠେଲା ପେଲା ଆରମ୍ଭ କରିଦେଇଥିଲେ ।
ଅନଲାଇନ ରେ ମଦ ବିକ୍ରୀ ପାଇଁ ଅନୁମତି ଦିଆଯାଇଥିବା ବେଳେ ମଦ ଦୋକାନ ଆଗରେ ଅଯଥା ଭିଡ ହେଉଥିବାର ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠ ସଦଳବଳ ସେଠାରେ ପହଁଚି ଦୋକାନୀଙ୍କୁ ତାଗିଦ କରିବା ସହିତ ଗ୍ରାହକମାନଙ୍କୁ ମଦ ଦୋକାନ ଆଗରେ ଅଯଥା ଭିଡ ନ କରି ଅନଲାଇନ କିମ୍ବା ଫୋନ ଯୋଗେ ମଦ ହୋମ ଡେଲିଭେରୀ ଅର୍ଡର ଦିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ମାଲକାନଗିରି ଜିଲ୍ଲାସଦର ମହକୁମା ୨ନମ୍ବର ସରକାରୀ ବିଦେଶି ଠିପି ବନ୍ଦ ମଦଦୋକାନ ଆଗରେ ଆଜି ଭିଡ ଜମିଥିବାରୁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ବିଦେଶୀ ମଦଦୋକାନୀ ଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଥମ ଦିବସରେ ୬ଟି ବିଦେଶୀ ମଦ ଦୋକାନ ଅନଲାଇନ ହୋମ ଡେଲିଭେରୀରେ ଅଶଂଗ୍ରହଣ କରିଥିଲେ । ୬୮୦ଟି ଅର୍ଡର ବୁକିଂ ହୋଇଥିଲା,ସେଥିମଧ୍ୟରୁ ୨୨୦ ଲିଟର ବିଦେଶୀ ମଦ ଓ ୭୧୧ଲିଟର ବିଅର ହୋମ ଡେଲିଭେରୀ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ୧୫ଟି ବିଦେଶୀ ମଦ ଦୋକାନୀଙ୍କ ନିକଟରେ ୬୮୦ଟି ଅର୍ଡର ବୁକିଂ ହୋଇଥିଲା, ସେଥିମଧ୍ୟରୁ ୪୫୫.୫୨୩ଲିଟର ବିଦେଶୀ ମଦ ଓ ୧୦୫୮.୮୦୦ଲିଟର ବିଅର ହୋମ ଡେଲିଭେରୀ କରାଯାଇଛି ।ସମସ୍ତ ମଦ ଦୋକାନ ଅନଲାଇନ କିମ୍ବା ଫୋନ ଯୋଗେ ବୁକିଂ ଅର୍ଡର ରଖି ଗ୍ରାହକ ମାନଙ୍କ ଘରେ ମଦ ପହଁଚାଇବେ,ଏଥିରୁ ଖିଲାପ କଲେ କିମ୍ବା ଦୋକାନ ଆଗରେ ଭିଡଜମାଇଲେ ସଂପୃକ୍ତ ମଦ ଦୋକାନିଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ କହିଛନ୍ତି ।

Related posts

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

ଗୋଟିଏ ଫୋଟୋରେ ଦୁଇ ପ୍ରଜାତିର ବାଘ

mahabharatanews

ପୋଲିସ ଗାଡ଼ି କୁ ପଛପଟୁ ଧକ୍କା ଦେଲା କାର ; ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ

mahabharatanews