Uncategorizedଓଡିଶାଵାଣିଜ୍ୟ

ଦୁବାଇ ବିମାନବନ୍ଦରକୁ ୧୫ ଦିନ ପାଇଁ ଏୟାର ଇଣ୍ଡିଆ ବିମାନ ନିଲମ୍ବିତ

(ନୂଆଦିଲ୍ଲୀ): ଦୁବାଇ ବିମାନବନ୍ଦରକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ୧୫ ଦିନ ପାଇଁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଦୁଇ ଦୁଇ ଥର କରୋନା ଆକ୍ରାନ୍ତ ଥିବା ଯାତ୍ରୀଙ୍କୁ ବସାଇଥିବା ଯୋଗୁଁ ଫ୍ଲାଇଟ୍ ଉପରେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୩ ପର୍ୟ୍ୟନ୍ତ କଟକଣା ଲାଗୁ କରାଯାଇଛି । ଏଥିସହ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁବାଇ ନେଇଥିବା କରୋନା ରୋଗୀଙ୍କ ସବୁ ଚିକିତ୍ସା ଓ କ୍ୱାରେନଣ୍ଟାଇନ୍ ଖର୍ଚ ମଧ୍ୟ ବହନ କରିବ ବୋଲି ଜଣାପଡିଛି । ତେବେ ସୁଚନା ଯେ ଯାତ୍ରୀଙ୍କ କରୋନା ପଜିଟିଭ୍ ଥିବା ଜାଣି ଯାତ୍ରା କରାଇଥିବାରୁ ଏଭଳି କଟକଣା ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ଲଗାଯାଇଛି ।
ସେହିପରି ସେପ୍ଟେମ୍ବର ୨ ତାରିଖରେ ଜଣେ ଯାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ଫ୍ଲାଇଟରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ଏହାସହ କୋଭିଡ୍ ଗାଇଡଲାଇନ୍ ମଧ୍ୟ ଉଲଂଘନ କରାଯାଇଥିଲା ।

Related posts

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଦେହାନ୍ତ

mahabharatanews

ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

mahabharatanews

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews