ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀପତ୍ର ପ୍ରଦାନ

କଣିହାଁ/ଜ୍ୟୋତିରଂଜନ ଧର: ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ, କଣିହାଁ ବ୍ଲକ କମିଟି ପକ୍ଷରୁ ଗୁରୁବାର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀ ସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ର କଣିହାଁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରମେଶ କୁମାର ଜେନାଙ୍କ ଜରୀଆରେ ପ୍ରଦାନ କରିଛନ୍ତି । ପ୍ରବାସୀ ଶ୍ରମିକ, ମହିଳା ଓ ଶିଶୁ ମାନଙ୍କର ନିରାପଦ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା, ପ୍ରବାସୀ ଶ୍ରମିକ, ମହିଳା ଓ ଶିଶୁ ମାନଙ୍କୁ ଉପଯୁକ୍ତ ଖାଦ୍ୟ, ଚିକିତ୍ସା ଓ ଆଶ୍ରୟସ୍ଥଳ ଯୋଗାଇଦେବା, ବିଭୁନ୍ନ ସଙ୍ଗରୋଧ କେନ୍ଦ୍ରରେ ଘଟୁଥିବା ଅମାନବୀୟ ବ୍ୟବହାର ବନ୍ଦ କରିବା, ଆଶା, ଅଙ୍ଗନବାଡି, ପାଚିକା ଏବଂ ମହିଳା ଶ୍ରମିକ ମାନଙ୍କୁ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ, ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିବା, ଶ୍ରମ ଦିବସରେ ଦୈନିକ ୮ଘଂଟାରୁ ୧୨ଘଂଟା କାମକୁ ବନ୍ଦ କର, ଅମ୍ଫାନୀ ବାତ୍ୟାରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୂରଣ ଦେବା, ଗରିବ ପ୍ରସ୍ତୃତି ମହିଳା ଓ ଶିଶୁ ମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଆଦି ଉଲ୍ଲେଖ ଥିବା ଜଣାଯାଇଛି । ସରକାରଙ୍କ ଅନଲାଇନ୍ ଜରୀଆରେ ମଦ ବିକ୍ରିକୁ ଭର୍ସନା କରିବା ସହିତ ଗର୍ଭବତୀ ମହିଳା ରାସ୍ତାରେ ଶିଶୁ ଜନ୍ମଦେବାର ଘଟଣା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଓ ନିନ୍ଦନୀୟ । ଏଥିପ୍ରତି ସରକାର ସକରାତ୍ମକ ପଦକ୍ଷେପ ପାଇଁ କମିଟି ପକ୍ଷରୁ କୁହାଯାଇଛି । ପ୍ରଗତୀ ନାୟକ, ଜେମାମଣୀ ନାଏକ, ନିର୍ମଳା ପ୍ରଧାନ ପ୍ରମୁଖ କମିଟିର ସଦସ୍ୟା ସାମିଲ ଥିଲେ ।

Related posts

 ବର୍ଷା ପ୍ରଭାବ; କୋରାପୁଟରେ ଭୂସ୍ଖଳନ 

mahabharatanews

ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

mahabharatanews

ରାଜ୍ୟରେ ୧୪, ୯୩୫ ପିଲା ନବମ ପରୀକ୍ଷା ଦେଲେନି

mahabharatanews