ଓଡିଶା

ପାଟଣାବ୍ଲକ ଚେମଣା ପଞ୍ଚାୟତରେ ଆଉ ୨ କରୋନା ଚିହ୍ନଟ

(ପାଟଣା/ବିଜୟ କୁମାର କାରୁଆ) : କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତରୁ ମଙ୍ଗଳବାର ଦିନ ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ବ୍ଲକରେ ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଦୁହିଁଙ୍କ ବୟସ ୨୧ରୁ ୨୨ ବୋଲି ଜଣ।।ପଡ଼ିଛି। ଉଭୟ ଚେମଣାସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିଲେ । ସେମାନେ ଅହମ୍ମଦାବାଦର ଏକ ଷ୍ଟିଲ ବାସନ କାରଖାନାରେ କାମ କରୁଥିବା ଜଣାପଡି ଛି। ମେ ୧୯ ତାରିଖରେ ପ୍ରଭାସି ଦୁହେଁ ଟ୍ରେନରେ ଆସି ଭଦ୍ରକରେ ଓହ୍ଲାଇବା ପରେ ସେଠାରୁ ବସ୍ ଯୋଗେ ପାଟଣା ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଚେମଣା ପଞ୍ଚାୟତସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟର ରଖାଯାଇଥିଲା । ଦୁହିଁଙ୍କ ସ୍ବାବ୍ ଟେଷ୍ଟ ରିପୋର୍ଟ ପଜିଟଭ ବାହାରି ଥିବା ବେଳେ ମଙ୍ଗଳବାର ସରକାରୀ ସ୍ଥରରେ ଏହାକୁ ସ୍ପଷ୍ଟ କରାଯାଇଛି। ସୋମବାର ରାତିରେ ଉଭୟଙ୍କୁ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ସହ ଗୋଟିଏ କ୍ୱାରାଣ୍ଟାଇନ ସେଣ୍ଟର ରେ ରହୁଥିବା ଅନ୍ୟ ମାନଙ୍କ ସ୍ବାବ୍ ମଧ୍ୟ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

Related posts

ଗୌତମ ଆଦାନୀଙ୍କୁ ବଡ ଝଟକା

mahabharatanews

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ୍ୟୁ 

mahabharatanews