ଓଡିଶା

ମାର୍କେଟିଂ ବିଲଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବ୍ୟବସାୟୀ ସଂଘ

ଭୁବନେଶ୍ୱର: ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟବସାୟୀ ସଂଘର କହିବା ଅନୁସାରେ ବିଏମସି ପକ୍ଷରୁ ସେମାନଙ୍କୁ ଥାଇଥାନ କରାଯାଇଛି, ହେଲେ ସେମାନେ ଜୋରଜବରଦସ୍ତ ମାର୍କେଟ ବିଲଡିଂ ପରିସରରେ ଦୋକାନ ପକାଉଛନ୍ତି। ଫଳରେ ଲୋକମାନେ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବ୍ୟବସାୟୀ ସଂଘ ପକ୍ଷରୁ ସେମାନଙ୍କୁ ଥଇଥାନ ଲାଗି ବିଏମସିକୁ ଅବଗତ କରାଯାଇଥିଲା। ତେବେ ବିଏମସି ପକ୍ଷରୁ ଉଠା ଦୋକାନୀଙ୍କୁ ଥଇଥାନ ସହ ଉଚ୍ଛେଦ କରାଯାଇଥିଲା। ହେଲେ ପୁଣି ଥରେ ଦୋକାନ ପକାଇବା ପରେ ଉଠା ଦୋକାନୀ ଓ ବ୍ୟବସୀୟଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଲରେ ପୁଲିସ ଘଟଣାସ୍ଥଲରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ ଏହାକୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ବିଏମସି ପକ୍ଷରୁ ରେଗୁଲାର ମନିଟରିଂ କରାଯାଉ ବୋଲି ବ୍ୟବସାୟୀମାନେ କହିଛନ୍ତି।

Related posts

ସମ୍ପନ୍ନ ହେଲା ରଥଯାତ୍ରା

mahabharatanews

ଢଳେଇ ରାସ୍ତା ନିର୍ମାଣ ନିମ୍ନମାନର

mahabharatanews

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews