ଓଡିଶା

ପଙ୍ଗପାଳ: ଗୁଜବକୁ ବିଶ୍ୱାସ ନ କରିବାକୁ କୃଷି ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ପଙ୍ଗପ।।ଳକୁ ନେଇ ଉତ୍ତର ଓ ମଧ୍ୟମ ଭାରତର ଅନେକ ରାଜ୍ୟ ଆତଙ୍କିତ । ଛତିଶଗଡରେ ମଧ୍ୟ ପଙ୍ଗପାଳ ଆତଙ୍କ ଖେଳାଇଛନ୍ତି । ତେଣୁ ରାଜ୍ୟକୁ ପଙ୍ଗପାଳ ଆକ୍ରମଣକୁ ନେଇ ଚାଷୀ ଚିନ୍ତିତ । ଏପରି ସମୟରେ ପଙ୍ଗପାଳକୁ ନେଇ କୌଣସି ଗୁଜବରେ ବିଶ୍ବାସ ନକରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ତେବେ ପଙ୍ଗପାଳକୁ ନେଇ ରାଜ୍ୟକୁ ତିନୋଟି ଜୋନ୍ ହାଇ ରିସ୍କ, ମଡରେଟ୍ ରିସ୍କ, ଲୋ ରିସ୍କ ଜୋନରେ ବିଭକ୍ତ କରାଯାଇଛି । ହାଇ ଏବଂ ମଡରେଟ୍ ଜୋନରେ ୯ଟି ଲେଖାଏଁ ଜିଲ୍ଲା ରହିଛି । ବାକି ୧୨ଟି ଜିଲ୍ଲା ଲୋ ରିସ୍କ ଜୋନରେ ଅଛି । ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ହାଇ ରିସ୍କ ରହିଛି । ମୌସୁମୀ ଉପରେ ଓଡିଶା ଆସିବା ନ ଆସିବା ନିର୍ଭର କରୁଛି । ଚାଷୀଙ୍କ ସହ ଆଲୋଚନା ଚାଲିଛି । ଝଣ୍ଟିକାକୁ ଦେଖି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଜିଲ୍ଲାପାଳଙ୍କ ଅଧୀନରେ କମିଟି ଗଠନ କରାଯାଇଛି। ସ୍ପ୍ରେ ଏବଂ ମେଡିସିନ ମହଜୁଦ ରଖାଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଓଡିଶା ସୀମାରୁ ପ୍ରାୟ ୫ଶହ କିଲୋମିଟର ଦୂରରେ ରହିଛନ୍ତି ପଙ୍ଗପାଳ । ଚଳିତ ବା ଅ।।ସନ୍ତା ମାସରେ ପଙ୍ଗପାଳ ଆକ୍ରମଣ ଆଶଙ୍କା ରହିଛି । ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ମାଲକାନଗିରି, କୋରାପୁଟ, ରାୟଗଡା, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାରେ ପଙ୍ଗପାଳ ଅଧିକ କ୍ଷତି କରିପାରନ୍ତି । ପଙ୍ଗପାଳ ଓଡିଶାକୁ କେଉଁ ମୁହୂର୍ତ୍ତରେ ବି ପ୍ରବେଶ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି କୀଟନାଶକ, ସିଞ୍ଚନ ଯନ୍ତ୍ର ସହ କୃଷି ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି ।

Related posts

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ 

mahabharatanews

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ଫଳ

mahabharatanews

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

mahabharatanews