ଓଡିଶା

ଦୀର୍ଘ ଦାବି ପରେ ୪୭ କୁକୁଡା ଚାଷୀଙ୍କୁ ପ୍ରଥମ କାର୍ଯ୍ୟାଦେଶ

ଜୟନ୍ତ ସେଠୀ/ଗୋପ: ବାତ୍ୟା ଫନିକୁ ଏହା ମଧ୍ୟରେ ଏକବର୍ଷ ଏକ ମାସ ବିତି ଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଲୋକଙ୍କ କ୍ଷତ ଭରିନାହିଁ । ଏହି ବାତ୍ୟା ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଡେଲାଙ୍ଗ ବ୍ଳକରେ ବାତ୍ୟାରେ କୁକୁଡା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏକ ବର୍ଷ ପରେ କ୍ଷତିଗ୍ରସ୍ତ ୯୨ ଚାଷୀଙ୍କ ମଧ୍ୟରୁ ୪୭ ଜଣଙ୍କୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ କାର୍ଯ୍ୟାଦେଶ ଦିଆଯାଇଛି । ଦୀର୍ଘ ଦାବି ପରେ ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡାଙ୍କ କାର୍ୟ୍ୟାଦେଶ ବଣ୍ଟନ କରିଛନ୍ତି ।

ବିଶେଷ କରି ଆସୋସିଏସନ ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ଦାବି କରାଯିବା ପରେ କୁକୁଡା ଚାଷୀ ମାନେ ଏହି ସଫଳତା ପାଇ ପାରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ଏଥିଯୋଗୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କୁକୁଡା ଚାଷୀମାନେ କୃତଜ୍ଞତା ଜଣାଇଛନ୍ତି । ଅନ୍ୟ ପକ୍ଷେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦିଆଯାଇଛି । ଏହି କାର୍ୟ୍ୟାଦେଶ ପ୍ରଦାନ ସମୟରେ ଉପ ସଭାପତି ରମେଶ ପାଟ୍ଟଶାଣୀ, ଡେଲାଙ୍ଗ ଶାଖାର ସଭାପତି ଗୋପାଳ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ପ୍ରଧାନଙ୍କ ସହ ଚାଷୀ ମାନେ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ସଂଘକୁ ଅଧିକ ମଜବୁତ କରିବା ପାଇଁ ସମ୍ପାଦକ ଶ୍ରୀ ପରିଡା ଉପସ୍ଥିତ ଥିବା ଚାଷୀ ମାନଙ୍କକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଏହି କାର୍ୟ୍ୟାଦେଶ ଦେବା ପାଇଁ ପିପିଲି- ଡେଲାଙ୍ଗ ବ୍ଳକରେ ଚାଷୀମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ବୋଲି ଅଭିଯୋଗ ମାନ ଆସୁଛି । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ତଦନ୍ତ କରାଯାଇ ବିହିତ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘର ସମ୍ପାଦକ ଶ୍ରୀ ପରିଡା କହିଛନ୍ତି ।

Related posts

୯ ତାରିଖ ସୁଦ୍ଧା ଲଘୁଚାପ

mahabharatanews

ଜୟପାଟଣା ପୋଲିସ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ୟ୍ୟକ୍ରମ

mahabharatanews

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

mahabharatanews