ଓଡିଶା

ବିଜୁଳି ମାଡ଼ରେ ଯୁବକର ମୃତ୍ୟୁ

ଚିତ୍ତରଞ୍ଜନ ସାହୁ/ବରଗଡ: ବରଗଡ ଜିଲ୍ଲା କୁମ୍ଭାରୀ ଗ୍ରାମରେ ବିରଞ୍ଚି ବେହେରାଙ୍କ ୧୬ ବର୍ଷ ପୁଅ ପିଙ୍କୁ ବେହେରାଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଯାଇଛି। ପରିବାର ଲୋକେ କହିବାନୁସାରେ ଗତକାଲି ଅପରାହ୍ନ ପ୍ରାୟେ ୨ ଘଣ୍ଟା ସମୟରେ ଗ୍ରାମର ବଡ଼ବନ୍ଦକୁ ଶୌଚ ପାଇଁ ଯାଇଥିଲା। ହଠାତ ପ୍ରବଳ ବର୍ଷା ହେବା ସାଙ୍ଗକୁ ବିଜୁଳି ମାରିଥିଲା । ସେହି ସମୟରେ ପିଙ୍କୁ ବଡ଼ ବନ୍ଦକୁ ଶୌଚ ପାଇଁ ଯାଇଥିବା ବେଳେ ବିଜୁଳି ମାରିଥିଲା । ବର୍ଷା ଛାଡିବା ପରେ ଗୋଟିଏ ଛୋଟ ଛୁଆ ବନ୍ଧ କଡ଼ରେ ପିଙ୍କୁ ପଡିଥିବା ଦେଖି ତାଙ୍କ ଘର ଲୋକକୁ ଖବର ଦେଇଥିଲା। ଖବର ଶୁଣି ପରିବାର ଲୋକେ ଘଟଣା ଜାଗାକୁ ଯାଇ ସାଙ୍ଗେ ସାଙ୍ଗେ ବରପାଲି ହସ୍ପିଟାଲକୁ ନେଇଥିଲେ । ହସ୍ପିଟାଲରେ ଡାକ୍ତର ପିଙ୍କଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଖବର ପାଇ ବରପାଲି ପୋଲିସ ତହସିଲଦାର କ୍ଷୀରୋଦ୍ ବାଗ ପହଞ୍ଚି ଘଟଣା ଉପରେ ତଦାରଖ କରି ସରକାରୀ ସାହାଯ୍ୟ ଦିଆଯିବା ପାଇଁ କହିଥିଲେ ଓ ପିଙ୍କୁଙ୍କ ମୃତଦେହ ବ୍ୟବଛେଦ ପାଇଁ ବରଗଡକୁ ପଠାଇଥିଲେ।

Related posts

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

mahabharatanews

ବଜ୍ରାଘାତରେ ଦୁଇ ଚାଷୀ ମୃତ

mahabharatanews

ସାପ କାମୁଡ଼ା ରୋଗୀକୁ ଝଡ଼ାଫୁଙ୍କା କଲେ, ଚାଲିଗଲା ଜୀବନ

mahabharatanews