ଓଡିଶା

କରୋନା ମୁକାବିଲା ପାଇଁ ଅସହାୟ ଚାଷୀମାନଙ୍କୁ ସହାୟତା

ବନବାସୀ ପ୍ରଧାନ/କନ୍ଧମାଳ: କରୋନା ସଂକ୍ରମଣ ସମଗ୍ର ବିଶ୍ୱକୁ କବଳିତ କରିରଖିଛି । ଏହା ମହାମାରୀ ପାଇଁ ହୋଇଥିବା ଲକଡାଉନରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ପକ୍ଷରୁ ଅଗ୍ରୀମ ଚାଉଳ, ଡାଲି ଓ ଏକ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କିନ୍ତୁ ଏହି ସହାୟତା ସମୁଦ୍ରକୁ ସଂଖେ ସଦୃଶ ବୋଲି କନ୍ଧମାଳ ଜିଲ୍ଲା ମତ ପ୍ରକାଶ ପାଉଛି ।

ଲକଡାଉନ ଯୋଗୁଁ କନ୍ଧମାଳ ଜିଲ୍ଲାର ଗରିବ ଚାଷୀ ଖାଦ୍ୟ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଚାଉଳ ଚାଉଳ ଯଥେଷ୍ଟ ହେଉନାହିଁ। ତେଣୁ ଆନ୍ତର୍ଜାତୀୟ ଅନୁଷ୍ଠାନ ଗୁଞ୍ଜ ଏବଂ ୱ।ଡ ଅନୁଷ୍ଠାନର ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଗୁମାମାହା ପଞ୍ଚାୟତର ତିନିଟି ୱାର୍ଡର ପ୍ରାୟ ବାବନ ଜଣକୁ ଚାଉଳ, ଡାଲି, ସାବୁନ, ସର୍ଫ, ମାସ୍କ, ଲୁଣ, ଖାଇବା ତେଲ, ମସଲାଗୁଣ୍ଡ, ସୋୟାବିନ ଇତ୍ୟାଦି ଯୋଗାଇ ଦିଆଯାଉଛି। ଏହି ଅବସରରେ କରୋନାରୁ ରକ୍ଷା ପାଇବା ପାଇଁ ହାତ ସଫାକରିବା. ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରି ଲକଡାଉନ ମାନିବା ଇତ୍ୟାଦି ଉପରେ ସଚେତନ କରାଉଛନ୍ତି। ଜିଲ୍ଲାର ପ୍ରତି ବ୍ଳକରେ ଥିବା ଅସହାୟ, ନିଃସହାୟ ଲୋକଙ୍କୁ ଉଭୟ ଅନୁଷ୍ଠାନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି।
ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ ଚାଷୀ ମାନଙ୍କୁ ତେର ପ୍ରକାରର ମଞ୍ଜି ଏବଂ ବିହନ ବଣ୍ଟନ କରାଯାଇଥିଲା । ଚାଷୀ ମାନେ ଗୁମାମାହା ସରପଞ୍ଚ ବିଷ୍କେସନ ପ୍ରଧାନ ଉଭୟ ସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

mahabharatanews

ଆଇଏଏସଙ୍କୁ ରାଜ୍ୟ ସରକାରଙ୍କ ନୁଆ ବର୍ଷ ଭେଟି: ବହୁ ଅଧିକାରୀଙ୍କୁ ପଦୋନ୍ନତି

mahabharatanews

ଅଫେରା ରାଇଜରେ ରାଜେଶ୍ୱରୀ

mahabharatanews