ଓଡିଶା

ଦେଓଗାଁ ଚିନିକଳକୁ ନେଇ ବିଜେପି ତରଫରୁ ବିକ୍ଷୋଭ

ମଧୂସୁଦନ ବହିଦାର/ ବଲାଙ୍ଗୀର: ଆଜି ଭାରତୀୟ ଜନତା ପାର୍ଟିର ଅନେକ କର୍ମୀ ଓ ବଲାଙ୍ଗୀର ସମବାୟ ସମିତି ଜିଲ୍ଲା ସଭାପତି ଲକ୍ଷଣ ମେହେରଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସ୍କାରେ ଥିବା ଚିନି କଳକୁ ୧୫କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ଦେଇଥିବା ବେଳେ ଦେଓଗାଁ ଚିନିକଳ ପାଇଁ ପାତରଅନ୍ତର ନୀତିକୁ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୂଚନା ଥାଉକି, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଚିନିକଳ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ହେବ ବନ୍ଦ ହେଇପଡିଛି । ସେପଟେ କାରଖାନାର ଅନେକ ଯନ୍ତ୍ରପାତି ଖତଖାଇ ବାରେ ଲାଗିବା ସତ୍ତ୍ୱେ ସରକାର କୌଣସି ପ୍ରକାର ସହାୟତାର ହାତ ବଢାଉ ନାହାନ୍ତି, ଯାହା ବଲାଙ୍ଗୀରବାସୀଙ୍କୁ ଆଘାତ ଦେଇଛି । ଗତ କିଛି ମାସ ତଳେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି ଦେଓଗାଁ ଚିନିକଳ ଗସ୍ତରେ ଆସି ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ ଏକ ଅତ୍ୟାଧୁନିକ ଚିନିକଳ ହେବା ସତ୍ତ୍ୱେ ବନ୍ଦ ଥିବାକୁ ନେଇ ଏକ ଦୃଭାଗ୍ୟ ଜନକ ବିଷୟ ବୋଲି ମତ ପ୍ରକାଶ କରିଥିଲେ।

ତେବେ ଏହି ଚିନିକଳ କୁ ନେଇ ପୂର୍ବରୁ ଅନେକ ବାଦ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ତେବେ  କେବେ ଏହି ଚିନିକଳ ଆରମ୍ଭ ହେବ ଓ ସ୍ଥାନୀୟ ଆଖୁଚାଷୀ ମାନେ କେବେ ଲାଭବାନ ହେବେ ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ଏହିସବୁ ଵିଷୟ ଉପରେ ଦାବିକରୀ ଶତାଧିକ ବି.ଜେ.ପି. କର୍ମି ସାମିଲ ହୋଇ ଉପ-ଜ଼ୀଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Related posts

ଆସନ୍ତାକାଲିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା 

mahabharatanews

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews

ଆରମ୍ଭ ହେଲା ପଥ ଉତ୍ସବ 

mahabharatanews