ଓଡିଶା

ସଟଡାଉନରେ ଚାଲୁରହିବ ବସ୍

ଭୁବନେଶ୍ୱର: କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସାରା ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ୧୧ଟି ଜିଲାରେ ଶନିବାର ଏବଂ ରବିବାର ସଟ୍ଡାଉନ ରଖିବାକୁ ଘୋଷଣା କରାଯାଇଛି । ତେବେ ସଟ୍ ଡାଉନ୍ ହେବାକୁ ଥିବା ଜିଲା ଗୁଡିକରେ ଯାତାୟାତ ଉପରେ କଟକଣା କୋହଳ କରାଯାଇଛି । ରେଳ ଷ୍ଟେସନ, ବିମାନ ବନ୍ଦର ଏବଂ ବସ୍ ଷ୍ଟାଣ୍ଡକୁ ଯିବାଆସିବା କରିବା ପାଇଁ ଘରୋଇ ଗାଡି ଏବଂ ଓଲା, ଉବେରକୁ ମଧ୍ୟ ଛଡାଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ଜରୁରୀକାଳୀନ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗାଡିଗୁଡିକୁ ସଟ୍ଡାଉନ ବେଳେ ଯିବା ପାଇଁ ପୂର୍ବରୁ ଅନୁମତି ଦିଆଯାଇଥିଲା । ହେଲେ ଏବେ ଯିବାଆସିବା କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି କଟକଣାରେ କୋହଳ କରାଯାଇଛି । ସୂଚନାଯୋଗ୍ୟ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଜିଲାରେ ଜୁନ୍ ୩୦ ଯାଏ ସମସ୍ତ ଶନିବାର ଓ ରବିବାର ସଟ୍ ଡାଉନ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Related posts

ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୩୯୯୧ ଚିହ୍ନଟ

mahabharatanews

ବିଶ୍ୱ ମହିଳା ଦିବସ ଅବସରରେ ମହିଳା ଇନ୍ସପେକ୍ଟରଙ୍କ ସହ ଅନ୍ୟ ମହିଳା ମାନେ ପାଳିଲେ ମହିଳା ଦିବସ ।

mahabharatanews

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ

mahabharatanews