ଓଡିଶା

ବାଲୁକା କଳା ମାଧ୍ୟମରେ କେରଳ ହାତୀ ମୃତ୍ୟୁକୁ ବାଲୁକା ଶିଳ୍ପୀଙ୍କ ନିନ୍ଦା

ଜୟନ୍ତ ସେଠୀ/ ଗୋପ: ସମଗ୍ର ମାନବ ସମାଜକୁ ସଚେତନତାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସେ ନିରୀହ ବନ୍ୟାପ୍ରାଣୀପ୍ରତି ମଣିଷର ଅମାନବୀୟ ବ୍ୟବହାରକୁ ଉପସ୍ଥାପନ ପୂର୍ବକ ନିନ୍ଦା କରିଛନ୍ତିି । କେରଳରେ ଗର୍ଭିଣୀ ହାତୀକୁ ବୋମା ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ବିଭିନ୍ନ ମହଲରେ ଏଭଳି ଜଘନ୍ୟକାଣ୍ଡକୁ କଠୋର ନିନ୍ଦା ସହ ଏଥିରେ ସମ୍ପୁକ୍ତ ଲୋକଙ୍କ ବିରୋଧ କଠୋର ରୁ କଠୋରତମ କାର୍ୟ୍ୟନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ନିଜ ବାଲୁକାକଳା ମାଧ୍ୟମରେ ଘଟଣାକୁ କଠୋର ନିନ୍ଦା କରିଛନ୍ତି। ମଣିଷ ନିଜର ମାନବିକତା ହରାଇବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେ ବାର୍ତ୍ତା ଦେଇଛନ୍ତି । ତାଙ୍କ କଳାରେ ଏକ ହାତୀ ପେଟରେ ଛୋଟ ଛୁଆ ରହିଥିବା ଦର୍ଶାଇଛନ୍ତି, ହାତୀ ଛୁଆଟି ଯନ୍ତ୍ରଣାରେ ଛଟପଟ ହୋଇ ମା’କୁ କହୁଛି, ମା’ ମୁଁ ଆଲୋକ ଓ ମାନବିକତା ଦେଖିପାରୁ ନାହିଁ । କଳା ଓ ବାର୍ତ୍ତାରେ ସେ ମ।।’ ଓ ତା ଗର୍ଭରେ ଥିବା ଶିଶୁର ଜ୍ୱଳନ ଯନ୍ତ୍ରଣା ସମୟର ଭ।।ବକୁ ଜୀବନ୍ତ ପ୍ରଦର୍ଶନ କରିଛନ୍ତି । ସମଗ୍ର ମାନବ ସମାଜ ଏହି ଘଟଣାକୁ ନିନ୍ଦା କରିବା ସହ ସଚେତନ ହୋଇ ନିରୀହ ଜୀବଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

Related posts

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews

ଦିଲ୍ଲୀରୁ ପଲ୍ଲୀ ଉଡ଼ୁଛି ତିରଙ୍ଗା

mahabharatanews