ଓଡିଶାଭାରତ

ଗତ ୨୪ ଘଣ୍ଟାରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ 

(ଭୁବନେଶ୍ୱର) : ଦିନକୁ ଇଦଂ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା  । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ କରାଯାଇଛି। ତେବେ  ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୩୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

ସୂଚନାନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୮୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୮୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯, ୯୦,୫୭୬ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୨ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୮୭୨କୁ ବୃଦ୍ଧି ପାଇଛି।

Related posts

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

mahabharatanews

ବନ୍ଧାକୋବି ଚାଷରୁ ମିଳିଲାନି ଲାଭ

mahabharatanews

ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ

mahabharatanews