ଅପରାଧଓଡିଶା

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଅ।।ଇସିଡିଏସ ସୁପରଭାଇଜର

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: ମାଲକାନଗିରି ସମନ୍ବିତ ଶିଶୁ ବିକାଶ ଯୋଜନା ଅଫିସ (ଆଇସିଡିଏସ)ରେ କାର୍ୟ୍ୟରତ ସୁପରଭାଇଜର ଗୀତାଞ୍ଜଳି ସ୍ବାଁଇ ୪୫୦୦/- ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନସ୍ ହାତରେ ଧରାପଡିଛନ୍ତି । କାଣ୍ଡିକିଗୁଡା ଗ୍ରାମର ଅଙ୍ଗନୱାଡି ସେଣ୍ଟରର ସାଢି ଓ ଗରମ ଖାଦ୍ୟ ବଣ୍ଟନ ପାଇଁ ଏକ ଲକ୍ଷ ଆଠ ହଜାର ଟଙ୍କା ବିଲ ପାସ କରିବା ନିମନ୍ତେ ୪୫୦୦/- ଟଙ୍କା ଲାଞ୍ଚ ମାଗିଥିଲେ । ଏଥିନେଇ ସେଣ୍ଟରର ଶ୍ରୀମତୀ ଗାୟତ୍ରୀ ନାୟକ ଲିଖିତ ଭାବେ ଭିଜିଲାନ୍ସ ଡି.ଏସ୍.ପିଙ୍କୁ ଜଣାଇଥିଲେ । ଆଜି ଜୟପୁର ଡିଏସପି ଏସ କେ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇଥିଲା ଓ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗାୟତ୍ରୀ ନାୟକଙ୍କଠାରୁ ଗୀତାଞ୍ଜଳି ସ୍ୱାଇଁ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ରେଡ ହ୍ୟାଣ୍ଡେଡ୍ ଧରିଛି । ଏଥିସହ ଭିଜିଲାନ୍ସ ପକ୍ଷରୁ ମାଲକାନଗିରି ମେଡିକାଲ କଲୋନୀରେ ଥିବା ଗୀତାଞ୍ଜଳିଙ୍କ ଘରେ ତଲାସି କରାଯାଇଛି ।

Related posts

ଏନ୍ଟିପିସି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନସିକ ଦକ୍ଷତା ବିକାଶ କର୍ମଶାଳା

mahabharatanews

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

mahabharatanews

ଢେଙ୍କାନାଳ ଜିଲ୍ଲାରେ ଲକଡାଉନ୍

mahabharatanews