ଓଡିଶା

ସଟ ଡାଉନ ପ୍ରଭାବରେ ସାଲେପୁର ସହର ବନ୍ଦ

ତାରାକାନ୍ତ ନାୟକ/ ସାଲେପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାର ପ୍ରାୟ ୧୧ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ସାଲେପୁର ସହରରେ ଦେଖିବାକୁ ମିଳିଛି। ସାଲେପୁର ଅଂଚଳର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ମେଡ଼ିସିନ ଦୋକାନକୁ ଛାଡିଲେ ଅନ୍ୟ ଦୋକାନ ଗୁଡିକ ବନ୍ଦ ରହିଛି। ଲୋକମାନେ ସ୍ୱତପ୍ରବୃତଭାବେ ସଟଡାଉନକୁ ମାନି ଘରୁ ବାହାରକୁ ବାହାରୁ ନାହାନ୍ତି । ସେହିପରି ଜରୁରୀକାଳୀନ ଯାନବାହନକୁ ଛାଡିଦେଲେ ଅନ୍ୟ ଯାନ ବାହାନ ଚଳାଚଳ ବନ୍ଦ ରହିଛି। ଅପରପକ୍ଷରେ ସାଲେପୁର ପୋଲିସ ପକ୍ଷରୁ ମଧ୍ୟ କୌଣସି କାମ ନ ଥାଇ ଘରୁ ପଦାକୁ ବାହାରି ବୁଲାବୁଲି କରୁଥିବା ଲୋକ ମାନଙ୍କୁ ତାଗିଦ କରାଯାଉଛି।

Related posts

ରାଜ୍ୟରେ ଆଉ ୩ କରେ।ନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟ ୧୭୩

mahabharatanews

ଦୁଇ ଓଏଏସଙ୍କ ବଦଳି

mahabharatanews

ଟ୍ରାକ୍ଟରକୁ ଉଦ୍ଧାର କରିବାକୁ ଯାଇ ଫସିଲା ଜେସିବି

mahabharatanews