ଓଡିଶାଶିକ୍ଷା

ଜୁନ ୮ରୁ  ଜୁଲାଇ ୧୫ ତାରିଖ ଯାଏଁ ବିଦ୍ୟାଳୟ ନାମଲେଖା 

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଆସନ୍ତା ସୋମବାରଠାରୁ ବିଦ୍ୟାଳୟରେ ନାମ ଆରମ୍ଭ ହୋଇ ଜାରି ରହିବ । ପ୍ରଥମରୁ ହାଇସ୍କୁଲ ପର୍ୟ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟୠୁଡିକରେ ନାମ ଲେଖା ହେବାକୁ ଥିବାବେଳେ ଯେଉଁ ସ୍କୁଲରେ ୨୦ ଜଣରୁ କମ ଛାତ୍ର ଥିଲେ ସେଠାରେ ମଧ୍ୟ ନାମ ଲେଖା କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ପୂର୍ବରୁ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ ନେଇ ଯୋଜନା ହୋଇଥିଲା । କିନ୍ତୁ ବର୍ତ୍ତମାନ ପାଇଁ ଏହି ଯୋଜନାକୁ ସ୍ଥଗିତ ରଖାଯାଇଛି । ଗତବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠି ନାମ ଲେଖା ହେବ । କରୋନା ଓ ଏହା ପରେ ଲକଡାଉନ ପାଇଁ ଚଳିତ ଶିକ୍ଷା ବର୍ଷରେ ସବୁ ସ୍କୁଲ ବନ୍ଦ ରହିଥିଲା ଓ ନାମଲେଖା ହୋଇ ପାରି ନ ଥିଲା । ଏବେ ଲକଡାଉନ ଉଠିଯାଇଥିବାରୁ ନାମ ଲେଖା ହୋଇପାରିବ। ତେବେ ନାମ ଲେଖାଇବା ପାଇଁ ଆସୁଥିବା ୫ ଜଣଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଆଡ଼ମିସନ କରାଇବେ ।
ମନ୍ତ୍ରୀ ଆହୁରି କହିଛନ୍ତ, ଶନିବାର ଓ ରବିବାର ସଟଡାଉନ ବେଳେ ମାଟ୍ରିକ ଖାତା ଦେଖା ବନ୍ଦ ରହିବ ।

Related posts

ରଥଯାତ୍ରା: ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ୱୟ ବୈଠକ

mahabharatanews

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

mahabharatanews

ହୀରାକୁଦରୁ ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ହେଉଛି ନିଷ୍କାସିତ

mahabharatanews