ଓଡିଶା

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ୨ ପଜିଟିଭ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କଠାରେ କରୋନା ଲକ୍ଷଣ ଦେଖାଦେବ।। ପରେ ଗତ ଶନିବାର ଦିନ ଦୁଇ ଜଣ କୋଲକାତାରେ ଥିବା କମାଣ୍ଡୋ ହସ୍ପିଟାଲକୁ ଯାଇଥିଲେ । ସେଠାରେ ସ୍ୱାବ ନମୁନା ପରୀକ୍ଷା ପରେ କରୋନା ପଜିଟିଭ ଜଣାପଡିଥିଲା । ଏହା ପରେ ଦୁଇ ଜଣ କର୍ମଚାରୀଙ୍କୁ ବାରାକପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଉଭୟଙ୍କ କଣ୍ଟାକଟ ଟ୍ରେସିଙ୍ଗ କରାଯିବା ସହ ଗୋଳାବାରୁଦ ପରିସରକୁ ସାନିଟାଇଜେସନ କରାଯାଇଛି । ସେହିପରି କର୍ମଚାରୀମାନଙ୍କୁ ଆଇସୋଲେସରେ ରହିବାକୁ କୁହାଯାଇଛି ଓ ସମସ୍ତଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଦୁଇ ଜଣ କର୍ମଚାରୀ କାହା କାହା ସଂସ୍ପର୍ଶରେ ଆସିଥିଲେ ପ୍ରଶାସନ ପକ୍ଷରୁ ଏବେ ତାହାର ଅନୁସନ୍ଧାନ କରାଯାଉଛି । ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ଏଚ.ଏସ ପଣ୍ଡା ଏହି ସୂଚନା ଦେଇଛନ୍ତି

Related posts

5T ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ : ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ କରିବେ ଜିଲ୍ଲାପାଳ

mahabharatanews

 ରାସ୍ତା ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍

mahabharatanews

ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର

mahabharatanews