Uncategorized

ଜ୍ୟୋତିରାଦିତ୍ୟ ସିନ୍ଧିଆ, ତାଙ୍କ ମା’ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ ମାଧବୀ ରାଜ ସିନ୍ଧିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଉଭୟଙ୍କୁ ବର୍ତ୍ତମାନ ଭର୍ତ୍ତି କରାଯାଇଛି। ସିନ୍ଧିଆଙ୍କର ଗଳା ବ୍ୟଥା ସହ ଜ୍ୱର ହୋଇଥିଲା। ଏହା ପରେ ସେ ଓ ତାଙ୍କ ମା’ଙ୍କର କରୋନା ପରୀକ୍ଷା କରାଇଥିଲେ ଓ ରିପୋର୍ଟରୁ ସେ ଓ ତାଙ୍କ ମା ପଜିଟିଭ ଥିବା ଜଣାପଡିଛି ।
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର କରୋନା ଲକ୍ଷଣ ଥିବାବେଳେ ତାଙ୍କ ମା ଲକ୍ଷଣ ବିହୀନ ଥିଲେ । ଲକଡାଉନ୍ ଘୋଷଣା ହେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀରେ ଅଛନ୍ତି। ସେ ତାଙ୍କ ପରିବାର ସହିତ ଦିଲ୍ଲୀରେ ତାଙ୍କ ବାସଭବନରେ ରହୁଥିଲେ । ବର୍ତ୍ତମାନ ଯେଉଁମାନେ ଉଭୟଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଟ୍ରେସିଙ୍ଗ କରାଯାଉଛି ।

Related posts

ଚୀନରେ ଭୂମିକମ୍ପ: ତୀବ୍ରତା ୫.୧

mahabharatanews

ଜଉରା ବିଧାୟକଙ୍କ ବିୟୋଗ

mahabharatanews

କୋରୋନାକୁ ନେଇ ନୋଏଡାରେ ସ୍କୁଲ ବନ୍ଦ

mahabharatanews