ଓଡିଶା

ଯୌତୁକ ପାଇଁ ବଧୂହତ୍ୟା ଉଦ୍ୟମ

ଅଜିତ ସାହୁ/ ଜଳେଶ୍ୱର: ମରି ମରି ଯାଉଛି ମଣିଷ ପଣିଆ। ହଜିଯାଉଛି ମାନବିକତା। ସ୍ଵାମୀ, ଶାଶୁ ଓ ମାମୁଁ ଶ୍ୱଶୁରଙ୍କୁ ଘାରିଲା ଯୌତୁକ ନିଶା। ଯୌତୁକ ରାକ୍ଷସମାନେ ଲୋଭରେ ମିଳିମିଶି ଘରର କୁଳବଧୁ ସଂଜୁଲତାକୁ ଜୀବନ ରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ତେବେ ମରଣ ମୁହଁରୁ ସଂଜୁଲତାଙ୍କ ଜୀବନ ବଞ୍ଚିଯାଇଥିଲେ ମଧ୍ୟ ଆଖି ହୁଏତ ସବୁ ଦିନ ପାଇଁ ନଷ୍ଟ ହୋଇ ଯାଇଛି । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା, ଜଳେଶ୍ଵର ଥାନା ,ଝାଡପିମ୍ପଳ ଗାଁରେ ।

ପାଞ୍ଚବର୍ଷ ପୂର୍ବେ ଝାଡପିମ୍ପଳ ଗ୍ରାମର ରବିନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟଏ ଝିଅ ମଧ୍ୟ ଅଛି । କିନ୍ତୁ ବିବାହକୁ ପାଞ୍ଚ ବର୍ଷ ପୂରିଥିଲେ ମଧ୍ୟ ସ୍ୱାମୀ, ଶାଶୁ, ମାମୁଁ ଶ୍ୱଶୁର ମିଶି ବାପଘରୁ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଉଥିଲେ । ଗତ କାଲି ସବୁ ସୀମା ଡେଇଂଗଲା । ଏହାକୁ ପ୍ରତିବାଦ କରିଥିଲେ ସଂଜୁଲତା । ଏହାପରେ ତାଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ହୋଇଥିଲା । ତେବେ ସୌଭାଗ୍ୟକୁ ବଞ୍ଚିଗଲେ ସଂଜୁଲତା । ଏବେ ସେ ଅଭୁଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସଂଜୁଲତା ଗୋଟିଏ କନ୍ୟା ସନ୍ତାନର ମାଆ । ବିବାହକୁ ପାଞ୍ଚ ବର୍ଷ ପୁରିଥିଲେ ବି ସ୍ଵାମୀ ରବିନ୍ଦ୍ର ପ୍ରଧାନ, ଶାଶୂ ମାଳତୀ ଓ ମାମୁଁ ଶ୍ଵଶୁର ବୀରେନ୍ଦ୍ର ଗିରି ମିଳିମିଶି ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ଦାବି କରି ଆସୁଥିଲେ। ଏନେଇ ପୂର୍ବରୁ ନିର୍ୟାତନା ମଧ୍ୟ ଦେଇ ଆସୁଥିଲେ। ଅଧିକ ଯୌତୁକ ଆଣିବା କଥାରେ ରାଜି ନହୋଇ ପ୍ରତିବାଦ କରିବାରୁ ଜୀବନ ରୁ ମାରି ଦେବାକୁ ସଡ଼ଯନ୍ତ୍ର କରିଥିଲେ । ତେବେ ସ୍ଵଭାଗ୍ୟ ବସତ ନୁଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛିନ୍ତି ସଂଜୁଲତା। ଆଖି ଓ ମୁଣ୍ଡରେ ମାଡ଼ ମାରି ଗୁରୁତର କରି ଦେଇଛନ୍ତି ସଂଜୁଳତାଙ୍କୁ। ଖବର ପାଇ ବାପଘର ଲୋକେ, ପ୍ରଥମେ ଜଳେଶ୍ଵର ଜି କେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ପରେ ଅବସ୍ଥା ସାଂଘାତିକ ହେବାରୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି। ଏବେ ସେ ଚିକିତ୍ସା ଧୀନ ଥିବା ଵେଳେ ଆଖିର ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ଏନେଇ ଜଳେଶ୍ୱର ଥାନାରେ ସଂଜୁଲତା ଯୌତୁକ ଜନିତ ନିର୍ୟାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ କରି ନିଜର ସୁରକ୍ଷା ସହିତ ଦୋଷୀଙ୍କ ବିରୁଦ୍ଧରେ ଶକ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Related posts

ଟୋକନ ବ୍ୟବସ୍ଥାରେ ଅନିୟମିତତା, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

mahabharatanews

ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପି

mahabharatanews