ଓଡିଶା

ରାଜଲକ୍ଷ୍ମୀଙ୍କର ନୁତନ ମନ୍ଦିର ରତ୍ନମୁଦ ଉତ୍ସବ

ଢେଙ୍କାନାଳ ସହରର ମୀନା ବଜାର ମଉଡମଣୀ ରାଜଲକ୍ଷ୍ମୀଙ୍କର ନୁତନ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଉତ୍ସବରେ ଜିଲ୍ଲାର ବହୁ ପ୍ରତିଷ୍ଠିତ ବ୍ୟକ୍ତି ରାଜନେତା ତଥା ବୁଦ୍ଧିଜୀବି ଓ ଜନସାଧାରଣ ସାମିଲ ହୋଇଥିଲେ।ମନ୍ଦିର ପରିସରରେ ଭଜନ କିର୍ତ୍ତନ ସହ ହୋମ ଯଜ୍ଞ ଆଦି କର୍ମ ହୋଇଥିଲା।ବ୍ରାହ୍ମଣ ପଣ୍ଡିତଙ୍କ ଦ୍ଵାରା ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ମୀନାବଜାର ର ମା ଲକ୍ଷ୍ମୀଙ୍କ ମନ୍ଦିର।ରାଜା କାମାକ୍ଷା ପ୍ରସାଦ ସିଂଦେଓ ରାଣୀ ସାବିତ୍ରୀ ଦେବୀ ଓ ରାଜଜେମା ଅନୁସୟା ଦେବୀ ପୁଷ୍ପାଞ୍ଜଳୀ ଅର୍ପଣ ପୂର୍ବକ ରତ୍ନମୁଦ କାର୍ଯ୍ୟକ୍ରମ ସମାପନ କରିଥିଲେ।

Related posts

ବଡଦିନ ଓ ନୂଆ ବର୍ଷ ପାଇଁ କମିଶନରେଟ ପୋଲିସ ତରଫରୁ ପଦକ୍ଷେପ 

mahabharatanews

ଡେଙ୍ଗୁ ଆତଙ୍କ;  ସର୍ବାଧିକ କଟକରୁ ୫୦ ଚିହ୍ନଟ

mahabharatanews

ମଝି ନଇରେ ବିପଦ ସଙ୍କୁଳ ଅବସ୍ଥାରେ ଫସିଲେ ୨ ଯୁବକ

mahabharatanews