ଶିକ୍ଷା

କେଜିଏମୟୁ ପକ୍ଷରୁ ଜନ ସ୍ୱାସ୍ଥ୍ୟ ସଚେତନତା ପାଇଁ ରେଡିଓ ସେବା ଆରମ୍ଭ

ଲକ୍ଷେ୍ନø: ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଓ ତାର ଉପଚାର ନେଇ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଲକ୍ଷେ୍ନø ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ପକ୍ଷରୁ ଏକ କମୁନିଟି ରେଡିଓ ସେବା ଆରମ୍ଭ ହୋଇଛି । ୮୯.୬ଏମଏଚଜେଡରେ ରେଡିଓ ଷ୍ଟେସନରୁ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ । ଏହା ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଚାଲିବ ଓ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ପ୍ରସାର କରିବ । ଏହି ସେବା ବିଶ୍ୱ ମହାମାରୀ କରୋନା ସମୟରେ ଆରମ୍ଭ କରାଯାଇଛି ବୋଲି କେଜିଏମୟୁର ଡାକ୍ତର ଭିନୋଦ ଜୈନ ସୂଚନା ଦେଇଛନ୍ତି ।
ଏହି ରେଡିଓ ଷ୍ଟେସନ ଆରମ୍ଭ କରି ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଏହାର ନିକାରଣ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି । ଏହି ସେଣ୍ଟର ପାଇଁ ୨୦୧୭ରେ ଆବେଦନ କରାଯାଇଥିଲା, ଯାହା ଏବେ ସ୍ୱୀକୃତି ପାଇଛି । ଏହାକୁ ଗତ ୧୨ ତାରିଖରେ ଉଦ୍ଘାଟନ କରାଯାଇଥିବା ଜୈନ କହିଛନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧ ବ୍ୟତିତ ଏହି ସେଣ୍ଟର ମାଧ୍ୟମରେ ମେଡିକାଲ, ପାରା ମେଡିକାଳ, ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ ବୋଲି ଡାକ୍ତର ଜୈନ ସୂଚନା ଦେଇଛନ୍ତି ।

Related posts

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ

mahabharatanews

ମାଟ୍ରିକ୍ ରେଜଲ୍ଟ ମେ ୧୮ରେ

mahabharatanews

ୟୁଟ୍ୟୁବରେ ପଢିବେ +୨ ପିଲା

mahabharatanews