ଓଡିଶା

ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ

(ଗଂଜାମ/ରଜନିକାନ୍ତ ପାତ୍ର) : ଗଂଜାମ ଜିଲ୍ଲା ବୁଗୁଡା ଥାନା ଇଲାକାରେ ଅ।ଜି ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରଥମେ ଗୋଲିଅ। ଗାଁ ନିକଟସ୍ଥଥିବା କୁଶୁମି କେନାଲକୁ ଶୌଚ ହେବାକୁ ଯାଇ ଗୋଡ ଖସି ଯାଇ ନମିତା ସାହୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କରଡାବାଡି ଅଂଚଳର ମଧ୍ୟ ରମେଶ ନାୟକ ନାମକ ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯାଇ ଅସୁସ୍ଥ ହୋଇପଡିଥିଲେ ପୋଖରୀ ମଧ୍ୟରେ । ତେବେ ତାଙ୍କୁ ମେଡିକାଲ ଅଣାଯିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ଜେକ ଗାଁର ମଧ୍ୟ ଜଣେ ବିବାହିତ ମହିଳା ଅ।ମ୍ତହତ୍ୟା କରିଥିବା ଜଣାପଡିଛି । ବୁଗୁଡା ପୋଲିସ ପୃଥକ ପୃଥକ ଭାବେ ତିନୋଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଅ।ରମ୍ବ କରିଛି ।

Related posts

‘ବଲ୍ଲେ ବଲ୍ଲେ ଢାବା’: ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା

mahabharatanews

ରାଜଧାନୀରେ ପୁଣି କରୋନା ଚିହ୍ନଟ

mahabharatanews

ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ

mahabharatanews