ଓଡିଶା

ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଜିଲ୍ଲାପାଳ

(ଗଂଜାମ/ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଜିଲ୍ଲାରେ ୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଏହାର ମୁକାବିଲା ନେଇ ସୋମବାର ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବର୍ତ୍ତମାନ ପରିସ୍ଥିତିର ସମୀକ୍ଷା କରିଛନ୍ତି। କରୋନା ଯୁଦ୍ଧରେ ସରପଞ୍ଚମାନଙ୍କ ସହଯୋଗ ଏବଂ କାର୍ୟ୍ୟ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଜୁନ ୩୦ ତାରିଖ ପର୍ୟ୍ୟନ୍ତ ଦୈନିକ ୧୯ ଘଣ୍ଟା ଲକ୍ଡାଉନ ସମ୍ପର୍କରେ ଥିବା ଗାଇଡଲାଇନ ଉପରେ ସୂଚନା ଦିଆଯାଇଛି। ଏଥିସହ କ୍ୱାରାଣ୍ଟାଇନ ସେଣ୍ଟର ପରିଚାଳନା ଉପରେ ସମୀକ୍ଷା କରାଯାଇଛି। ଲୋକଙ୍କୁ ଗାଇଡଲାଇନ୍, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଆଦି ନେଇ ସଚେତନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Related posts

ପାତ୍ରପଡ଼ା ‘ମୋ ବସ୍’ ଡିପୋରେ ଆନ୍ଦୋଳନ

mahabharatanews

ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ୨୦୨୫ କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ

mahabharatanews

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews