ଅପରାଧଓଡିଶା

ଅଭିନବ ଉପାୟରେ ଅନଲାଇନରେ ହେଉଛି ଠକେଇ

(ଜଳେଶ୍ୱର/ ଅଜିତ ସାହୁ) : ଅନଲାଇନରେ ସପିଙ୍ଗ କରୁଛନ୍ତି କି ତେବେ ହୋଇଯାନ୍ତୁ ସାବଧାନ। ଠକାମିରେ ସିକାର ହୋଇପାରନ୍ତି । ବିଶ୍ୱାସ ନହେଲେବି ଏହା ସତ । ଏଠାରେ ସୂଚନା ଥାଉକି ଏଭଳି ଅନଲାଇନ ଠକେଇର ଘଟଣା ଦେଖିବାକୁ ମିଳିଛି, ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବଡ଼ମନ୍ଦାରୁଣୀ ଗ୍ରାମରେ । ବନମାଳୀ ଦାସ ନାମକ ଜଣେ ଯୁବକ ଅନଲାଇନରେରେ ୧୨୯୯୯/- ଟଙ୍କା ସ୍ମାର୍ଟ ଫୋନ ମୋବାଇଲକୁ ୨୯୯୯/-ଟଙ୍କା ରେ ବିକ୍ରିର ଏକ ବିଜ୍ଞାପନ ଦେଖି ସ୍ମାର୍ଟ ଫୋନ ମୋବାଇଲ ଅର୍ଡର କରିଥିଲେ। ମାତ୍ର ଡେଲିଭରି ସମୟରେ ବକ୍ସ ଭିତରୁ ଦୁଇଟି କି-ପେଡ ମୋବାଇଲ ବାହାରିଥିଲା । ତେବେ ମୋବାଇଲ ପ୍ୟାକିଂ ଥିବା ବକ୍ସ ଉପରେ ସ୍ମାର୍ଟଫୋନ ଲେଖା ରହିଥିଲା। ବକ୍ସ ଭିତରୁ କି-ପେଡ ବାହାରିବା କୁ ନେଇ ଡେଲିଭରି ପାଇଁ ଆସିଥିବା ଇ କାର୍ଟ ସଂସ୍ଥାର ଯୁବକଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଯାହା ଏବେ ଭୋଗରାଇ ଅଂଚଳର ଚର୍ଚ୍ଚାରର ବିଷୟ ପାଲଟିଛି।

Related posts

ଏକାମ୍ରହାଟ ନବୀକରଣ ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews

ପ୍ରଚଣ୍ଡ ଖରା: ହନ୍ତସନ୍ତ ହେଲେଣି ପଶ୍ଚିମ ଓଡ଼ିଶାବାସୀ

mahabharatanews

କୁଣ୍ଡାବାଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews