Uncategorized

ଚୀନ-ଭାରତ ମେଜର ଜେନେରାଲ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଲଦାଖର ଗଲ୍ୱାନରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମନ ପାଇଁ ଉଭୟ ଭାରତ ଓ ଚୀନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆଜି ଉଭୟ ପକ୍ଷର ମେଜର ଜେନେରାଲ ସ୍ତରର ଏକ ବୈଠକ ଦୀର୍ଘ ୬ ଘଣ୍ଟା ଧରି ଚାଲିଥିଲା । ଦୁଇ ଦେଶର ମେଜର ଜେନେରାଲସ୍ତରର ଆଲୋଚନା କାଲି ଅସମାହିତ ରହିଥିଲା ।
ସୂତ୍ରରୁ ପ୍ରକାଶ, ଗତ ସୋମବାର ରାତିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ଦେଖାଦେଇଥିବା ସଂଘର୍ଷରେ କୌଣସି ଯବାନ ନିଖୋଜ ନାହାନ୍ତି । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ, ଯେଉଁଥିରେ ଜଣେ ଅଧବକାରୀ ମଧ୍ୟ ସାମିଲ ଥିଲେ । ସେହିପରି ଚୀନ ସେନାର ୪୩ଟି କାଜୁଆଲିଟି ସହ ମୃତାହତ ହୋଇଥିବ।। ସୂଚନା ରହିଥିଲା । ଉଭୟ ଦେଶ ମଧ୍ୟରେ ପୁର୍ବ ସମ୍ପର୍କର ପୁନର୍ସ୍ଥାପନା ପାଇଁ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ସ୍ତରରେ ବୁଧବାର ଦିନ ଆଲୋଚନା ହୋଇଥିଲା । ଚୀନ ଏହି ସଂଘର୍ଷ ପାଇଁ ଭାରତକୁ ଦାୟୀ କରିଥିବା ବେଳେ ଭାରତର ପ୍ରତିପକ୍ଷ ଆଲଟା ଜବାବରେ କହିଥିଲେ, ଏହା ଚୀନର ସୁଚିନ୍ତିତ ଓ ପ୍ରାୟୋଜିତ କାର୍ଯ୍ୟଥିଲା ।

Related posts

ଫେବୃଆରୀ ସୁଦ୍ଧା ହେବ ନାହିଁ ବୋର୍ଡ ପରୀକ୍ଷା

mahabharatanews

କୋରୋନା ଆତଙ୍କ: ମାସ୍କ ପିନ୍ଧିଲେ ଭାଗବାନ ଶିବ

mahabharatanews

ମାଟ୍ରିକ ହବ୍ ସେଣ୍ଟରରେ ଅଗ୍ନିକାଣ୍ଡ

mahabharatanews