Uncategorized

ସୋପିଆନା, ଅବନ୍ତୀପୁରାରେ ଏନକାଉଣ୍ଟର: ୮ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନା ଏବଂ ଅବନ୍ତୀପୁରାରେ ହୋଇଥିବା ପୃଥକ ପୃଥକ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନ ଜିଲାର ମୁନାନ୍ଦ ଅଞ୍ଚଳରେ ଯବାନଙ୍କ ସହିତ ଗୁଳିବିନିମୟରେ ୫ ଆତଙ୍କବାଦୀ ଏବଂ ଅବନ୍ତୀପୁରାରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।
ବିଶେଷ ସୂତ୍ରରୁ ଖବର ପାଇ ସେନା ପକ୍ଷରୁ ସୋପିଆନର ମୁନାନ୍ଦ ଅଞ୍ଚଳରେ ବୁଧବାର ରାତି ପ୍ରାୟ ୧୨ଟାରେ ଅପରେସନ ଆରମ୍ଭ ହୋଇଥିଲା। ଅନ୍ଧାର ଯୋଗୁ ଅପରେଶନକୁ ରୋକା ଯାଇଥିଲା ଓ ଗୁରୁବାର ପୁଣି ଥରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ୧ ଆତଙ୍କୀ ନିହତ ହୋଇଥିଲେ। ଶୁକ୍ରବାର ସକାଳେ ପୁଣି ଗୁଳିବିନିମୟ ଘଟିଥିଲା। ଏଥିରେ ୪ ଆତଙ୍କୀ ନିହତ ହୋଇଥିଲେ। ଅନ୍ୟପଟେ ଅବନ୍ତୀପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ସହିତ ଯବାନଙ୍କର ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

Related posts

ଋତୁସ୍ରାବ ସୃଷ୍ଟିକରେ କ୍ୟାନସର!

mahabharatanews

ଇଟାଲିରୁ ଆନ୍ଧ୍ର ଫେରିଥିବା ୭୫ଙ୍କୁ ପୃଥକ ରଖିବାକୁ ସରକାରୀ ନିର୍ଦ୍ଦେଶ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଛୋଲେ କୁଲ୍ଚା

mahabharatanews