ଵାଣିଜ୍ୟ

ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ୧୩ତମ ଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଶୁକ୍ରବାର ପୁଣି ଥରେ ତୈଳଦର ବୃଦ୍ଧି ଘଟାଇଛନ୍ତି ତୈଳ କମ୍ପାନୀ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇ ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୮.୩୭ ଟଙ୍କା ଓ ଡିଜେଲର ମୂଲ୍ୟ ୭୭.୦୬ ଟଙ୍କା ହୋଇଛି। ସେହିପରି ଭୁବନେଶ୍ବରରେ ଆଜିର ପେଟ୍ରୋଲ ଲିଟର ପିଛା ୭୭.୮୯ ଏବଂ ଡିଜେଲ ୭୪.୯୩ ଟଙ୍କା ହୋଇଯାଇଛି । ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିର୍ଘ ୮୨ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ବିଗତ ୧୩ ଦିନ ହେବ ଲଗାତର ବୃଦ୍ଧି ପାଇବାରେ ଲାଗିଛି।

Related posts

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

mahabharatanews

ଘରଭଡା ଉପରେ ଦେବାକୁ ପଡିବ ୧୮ ପ୍ରତିଶତ ଜିଏସଟି

mahabharatanews

ନୂଆ ମାଲିକ ଏଲନ ମସ୍କ ଭାରତରେ ବ୍ଲ୍ୟୁ ସର୍ଭିସ ଲଞ୍ଚ କରିଛନ୍ତି

mahabharatanews