ଓଡିଶା

ଦୀପା ଗୁରୁତର: କ୍ୟାପିଟାଲ ହସପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡିଆ ଆଲବମ ଜଗତର ମୋଷ୍ଟ ପପୁଲାର ଅଭିନେତ୍ରୀ ଦୀପା ସାହୁ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ଆଜି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ କିଛି ବର୍ଷ ହେବ କ୍ୟାନସରରେ ପୀଡିତ ଥିଲେ ।
ଓଡିଆ ଆଲବମ ଜଗତରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା । ସେ ୫୦ରୁ ଊଦ୍ଧ୍ୱର୍ ଆଲବମରେ ଅଭିନୟ କରିଛନ୍ତି । ତାଙ୍କ ଅଭିନିତ ଗୀତରେ ରହିଛି, ତୋ ମସ୍ତ ମସ୍ତ ଚାଲିର ମସ୍ତ ଚାହାଁଣି, ପାନ ପତର ମୋ ପାନ ପତର, ତୋର ଟଣା ଟଣା ଆଖି, ତୋର କୃଷ୍ଣଚୂଡା ରଙ୍ଗର ନାଲି ଓଡଣୀ, .. । ଆଲବମରେ ଏତେ ଲୋକପ୍ରିୟ ହୋଇଥିେଲେ କି ତାଙ୍କୁ ଆଲବମ କୁଇନ କୁହାଯାଉଥିଲା । ଏଥି ସହିତ ସେ କିଛି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ତେବେ କିଛି ବର୍ଷ ତଳେ ସେ କ୍ୟାନ୍ସରରେ ପୀଡିତ ହେବା ପରେ ଅଭିନୟରୁ ଓହରି ଯାଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । କିନ୍ତୁ ଆଜି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ଏହି ଖବର ଜଣାପଡିବା ପରେ ସିନେପ୍ରେମୀ ଓ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳି ଯାଇଛି । ସମସ୍ତେ ତାଙ୍କର ଆରୋଗ୍ୟ କାମନା କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ।

Related posts

କେନ୍ଦ୍ର ନିର୍ଦ୍ଦେଶ କ୍ରମେ ମାସ୍କ କିଣାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ଚନ୍ଦ୍ରଭାଗା ବେଳାଭୁମିରେ ମେକ ଇନ ଓଡିଶା ଓ ଭାରତୀୟ କଳା ସସ୍କୃତି ଜୀବନ୍ତ ହୋଇଛି

mahabharatanews

ମହିଳାଙ୍କ ତୁଳନାରେ ପୁରୁଷ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି

mahabharatanews