ଓଡିଶା

ଶାନ୍ତିପୂର୍ଣ୍ଣ ଭାବରେ କାଳିପୂଜା ଓ ଲକ୍ଷ୍ମିନାରାୟଣ ପୂଜା ପାଳନ ବୈଠକ

ଯାଜପୁର ଟାଉନ ଗରିଆପୁର ଛକ ଠାରେ ଅବସ୍ଥିତ ପ୍ରମୋଦିନି ମଣ୍ଡପ ସଭାଗୃହ ରେ ରାତି ୮ ଘଟିକା ସମୟରେ ଯାଜପୁର କାଳିପୂଜା ଓ ଲକ୍ଷ୍ମିନାରାୟଣ ପୂଜା କମିଟି ର ସଭାପତି ଓ ଶାନ୍ତି କମିଟି ର ସଭାପତି ଶ୍ରୀ ଯୁକ୍ତ କର୍ଣାଟ କେଶୋରି ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ର ମୂଳ ଉଦ୍ଦେଶ୍ୟ ଥିଲା ଯାଜପୁର ର ଭାଇଚାରା କୁ ବଜାୟ ରଖିବା ସହ ଶାନ୍ତିପୂର୍ଣ୍ଣ ଭାବରେ କାଳିପୂଜା ଓ ଲକ୍ଷ୍ମିନାରାୟଣ ପୂଜା କୁ ପାଳନ କରି ଯାଜପୁର ଓ ଆଖପାଖ ଅଞ୍ଚଳ ରୁ ପୁଜା ଉପଭୋଗ କରିବାକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଏକ ନୂତନ ଦିଗଦର୍ଶନ ଦେବା।

ଏହି ବୈଠକରେ ସ୍ବତନ୍ତ୍ର ସ୍ଥାନ ପାଇଥିଲେ ଯାଜପୁର ଆଡିସିନାଲ ଏସ୍ ପି ଶ୍ରୀ ଯୁକ୍ତ ସୃତିକଣ୍ଠ କାନୁନଗୋ। ଏହି ବୈଠକ ରେ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଧିତ କରାଯାଇଥିଲା। ଯାଜପୁର ର ସମସ୍ତ ପୂଜା କମିଟି ର ପୂରୋଧା ମାନଙ୍କ ସହ ବହୁ ମାଣ୍ୟଗର୍ଣ୍ୟ ବେକ୍ତି ଉପସ୍ଥିତ ଥିଲେ।

Related posts

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

mahabharatanews

ରାସ୍ତାରେ ଗଡୁଛି ପନିପରିବା

mahabharatanews

ନୂଆ ରୂପ ନେବ କୋଣାର୍କ

mahabharatanews