ଓଡିଶା

ମାଲକାନଗିରିରେ ଓଡ଼ିଶା ଜୀବିକା ମିଶନର ‘ମୋ ପୃଷ୍ଟି ବଗିଚା’ କାର୍ଯ୍ୟକ୍ରମ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି):ମଙ୍ଗଳବାର ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡା ଗ୍ରାମ ପଞ୍ଚାୟତରର ରାମାଗୁଡାରେ ଓଡିଶା ଜୀବିକା ମିଶନ ଏବଂ ଏନଆରଜିଏର ମିଳିତ ସହଯୋଗରେ ମୋ ପୃଷ୍ଟି ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଛଅ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଆଖପାଖ ଗ୍ରାମର ୧୦୦ରୁ ଉର୍ଦ୍ଧ ମହିଳାଙ୍କୁ ନେଇ ସଂପୂର୍ଣ ଜୈବିକ ପ୍ରକ୍ରିୟା ମାଧ୍ୟମରେ ବୃହତ ବ୍ରୁତ୍ତାକାର ମୋ ପୃଷ୍ଟି ବଗିଚାର ନମୁନା ପ୍ରଦର୍ଶନ କରାଯାଇଥିଲା । ନିଜ ନିଜ ବାଡ଼ି ବଗିଚାରେ ଗାତ ଖୋଳି ଏହି ଭଳି ପୃଷ୍ଟି ବଗିଚା କରିବା ପାଈଁ ଏନ ଆର୍ ଜିଏ ତରଫରୁ ଦୈନିକ ପାରିଶ୍ରମିକ ଦିଆଯିବା ସହିତ ଓଡିଶା ଜୀବିକା ମିଶନ ତରଫରୁ ୧୩ ପ୍ରକାର ପନିପରିବା ମଞ୍ଜି ଯୋଗାଇ ଦିଆଯାଇଥିଲା। ଏହି ବଗିଚା ଯୋଗୁ ଖାଦ୍ୟ ବିବିଧତାକୁ ବଢାଇବା ଏବଂ ଅପପୃଷ୍ଟିକୁ ଦୁର କରିବାରେ ସହଯୋଗୀ ହେବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଓଏଲମ୍ର ମ୍ୟାନେଜର୍ ପବିତ୍ର ମୋହନ ବାରାଙ୍କ ସମେତ ସମସ୍ତ କୃଷି ମିତ୍ର, ପ୍ରାଣୀ ମିତ୍ର, ଓଏଲମ୍ ଏବଂ ଏନ ଆର୍ ଜିଏର ସମସ୍ତ ସଦସ୍ୟ ଉପସ୍ଥିତ ରହି ଗ୍ରାମବାସୀଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ସୁଚନାଯୋଗ୍ୟ, ବିଗତ ବର୍ଷ ସମଗ୍ର ଜିଲ୍ଲା ରେ ୩୭୩୪ ପରିବାର ଏହା ଦ୍ୱାରା ଲାଭବାନ ହୋଇଥିବା ବେଳେ ଚଳିତବର୍ଷ ଏଦିଗରେ ଲୋକଙ୍କର ଆଗ୍ରହ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ସାଢେ ୭ ହଜାର ପରିବାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲାଭବାନ ହେବେ ବୋଲି ଓଡିଶା ଜୀବିକା ମିଶନ ତରଫରୁ ପ୍ରକାଶ କରାଯାଇଛି।

Related posts

ସ୍ୱାଧୀନତା ପରେ ମଧ୍ୟ ପହରିଆ ସମ୍ପ୍ରଦାୟଙ୍କୁ ମିଳିନି ଜନଜାତି ମାନ୍ୟତା

mahabharatanews

ଆସନ୍ତା ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା 

mahabharatanews

ମଞ୍ଜୁର ହେଉଛି ଘର କିନ୍ତୁ ସମ୍ପୂର୍ଣ୍ଣ ହେଉନି କାମ

mahabharatanews