ଓଡିଶା

ଏନଟିପିସି,କଣିହାଁ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ଆନୁକୂଲ୍ୟରେ ଗତ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏନଟିପିସି, ଦିପଶିଖା କଣିହାଁ ପ୍ରକଳ୍ପ ମୁଖ୍ୟ ମହାପ୍ରବନ୍ଧକ ସୁଦୀପ୍ ନାଗ, ଅପରେସନ ଓ ମେଣ୍ଟେନ୍ସା ବିଭାଗର ମହାପ୍ରବନ୍ଧକ ଏନ୍.ଏସ୍.ରାଓ, ମହାପ୍ରବନ୍ଧକ କେ.କେ.ଦାଶ ଏବଂ ପ୍ରକଳ୍ପର ବହୁ ବରିଷ୍ଠ ଅଧିକାରୀ ଗଣଙ୍କ ଉପସ୍ଥିତକ୍ରମେ ହିନ୍ଦୀ, ଓଡିଆ ଓ ଇଂରାଜୀ ଭାଷାରେ ପରିବେଶ ସୂରକ୍ଷା ସମ୍ପର୍କିତ ଶପଥ ପାଠ କରିଥିଲେ ।

ଅପରପକ୍ଷରେ ସାମ୍ପ୍ରତିକସ୍ଥିତିରେ ପ୍ରଦୃଷଣର ଭୟାନକ, ଉଦ୍ବେଗଜନକ ସ୍ଥିତିକୁ ବିଶ୍ୱ ପରିବେଶ ଦିବସ ପାଳନ ବେଳେ ମନକୁ ଆନ୍ଦୋଳିତ କରିଥାଏ ବୋଲି ସିଜିଏମ୍ ଶ୍ରୀ ନାଗ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିପଶିଖା ତନ୍ଭି ସଙ୍ଗମ ମହିଳା ସଂଗଠନ ସଦସ୍ୟା, ଏନଟିପିସି କର୍ମଚାରୀ ଗଣ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ସାମିଲ ଥିଲେ ।

Related posts

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

mahabharatanews

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

ଆସନ୍ତାକାଲି ପୁରୀରେ ପ୍ରଦର୍ଶିତ ହେବ ‘ଆହେ ନୀଳଶଇଳ’

mahabharatanews