Uncategorized

ସୋନିଆ, ରାହୁଲଙ୍କ ନାମରେ ସୁପ୍ରିମ କୋର୍ଟରେ ମାମଲା

 ନୂଆଦିଲ୍ଲୀ : ୨୦୦୮ରେ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ କଂଗ୍ରେସ ଓ ଚୀନର କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ତଦନନ୍ତ କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ଓକିଲ ଶଶାଙ୍କ ଶେଖର ଝା ଓ ଗୋଆ କ୍ରୋନିକ୍ଲର ସଂପାଦକ ସାଭିଓ ରୋଡ୍ରିଗସ ଏହି ପିଟିସନ ଦାଏର କରାଯାଇଛି । ଚୁକ୍ତି ସଂପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କିମ୍ବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯିବାକୁ ଆବେଦନକାରୀ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି । ବେଆଇନ କାର୍ୟ୍ୟକଳାପ ନିରୋଧ ଆଇନ ୧୯୬୭ ଅନୁସାରେ ଏହି ତଦନ୍ତ କରାଯାଉ ଆବେଦକ ଅନୁରୋଧ କରିଛନ୍ତି ।

ଦେଶର ସୁରକ୍ଷା ସର୍ବୋପରି ହୋଇଥିବାବେଳେ କଂଗ୍ରେସ ଦଳ ଭାରତ ପ୍ରତି ଶତ୍ରୁ ମନୋଭାବ ରଖୁଛି । କଂଗ୍ରେସ ଚୀନର ଶାସକଦଳ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ସହ ବୁଝାମଣା କରିବା ଆଶ୍ଚର୍ୟ୍ୟଜନକ । ଉଚ୍ଚସ୍ତରୀୟ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ ଏହି ଏମଓୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ କେଉଁ ପ୍ରକାରର ସୂଚନା ଆଦାନ ପ୍ରଦାନ କରାଯାଉଛି ତାହା ଦେଶବାସୀ ଜାଣିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । କଂଗ୍ରେସ ଓ ଚୀନ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଅଗଷ୍ଟ ୭, ୨୦୦୮ରେ ଏହି ଏମଓୟୁ ହୋଇଥିଲା ।

Related posts

ବନ୍ୟା ବିତ୍ପାତ ପାଇଁ ଜିଲ୍ଲା ପ୍ରଶାସନ ବିରୋଧରେ ତେଜୁଛି ଅସନ୍ତୋଷ

mahabharatanews

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews

ମୁର୍କୁଣ୍ଡି ଗାଁରୁ ଦୂର ହେଲା ପିଇବା ପାଣି ସମସ୍ୟା

mahabharatanews