ଓଡିଶା

ପାରାଦ୍ବୀପରେ ପ୍ରଡକ୍ଟ ଆପ୍ଲିକେସନ ଡେଭଲପ୍ମେଣ୍ଟ ସେଣ୍ଟର ଉଦଘାଟିତ

(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ):- ପାରାଦ୍ବୀପରେ ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପ୍ମେଣ୍ଟ ସେଣ୍ଟର (ପିଏଡିସି) ଉଦଘାଟିତ ହୋଇଯାଇଛି। ୫ ଏକର ପରିମିତ ଅଞ୍ଚଳରେ ୪୩ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଗୁରୁବାର ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରାଦ୍ବୀପ ଆଇଓସିଏଲରୁ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଘରର ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରିବା ସହିତ ଓଡିଶାର ଯୁବ ଗୋଷ୍ଠୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଏହା ସୁଯୋଗ ସୃଷ୍ଟି କରିପାରିବ। ଏହି କାର୍ୟ୍ୟାଳୟରେ ଯୁବ ଉଦ୍ୟୋଗୀଙ୍କୁ ସମସ୍ତ ପ୍ରକାର ଟେକ୍ନୋଲୋଜିର ସୁବିଧା ଦେବା ସହିତ ଆର୍ଥିକ ସମସ୍ୟା ସମାଧାନର ବାଟ ଦେଖାଇବା ପାଇଁ ସ୍ବତନ୍ତ୍ର ଟ୍ରେନିଂ ପ୍ରାପ୍ତ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଯାହା ଆଗାମୀ ଦିନରେ ସାରା ଭାରତ ବର୍ଷରେ ନିଯୁକ୍ତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଇଓସିଏଲ ର ମୁଖ୍ୟ ନିର୍ଦେଶକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ଲାଷ୍ଟିକ ପଦାର୍ଥ ପ୍ରସ୍ତୁତି କ୍ଷେତ୍ରରେ ଧ୍ୟାନ ଦିଆଯାଉଥିବା ବେଳେ ଆଗାମୀ ଦିନରେ ଏଠାରେ କପଡା ଉତ୍ପାଦନ କରାଯିବାକୁ ପାରାଦ୍ୱୀପ ତୈଳ ବିଶୋଧାନାଗାର ପକ୍ଷରୁ ଲକ୍ଷ ରଖାଯାଇଛିଏହି ଉଦଘାଟନୀ ଉତ୍ସବରେ ଆଇଓସିଏଲ ର କର୍ପୋରେଟ କମ୍ୟୁନିକେସନର ମୁଖ୍ୟ ପରିଚାଳକ ଏସ ଏସ ପାତ୍ର ଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ।

Related posts

ଭତ୍ତା ପାଇଁ ଚାଲିବାକୁ ପଡୁଛି ୧୬ କିଲୋମିଟର

mahabharatanews

ଯୁବକଙ୍କ ମୃତ୍ୟୁ ରହସ୍ୟ ଘେରରେ

mahabharatanews

ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସମ୍ବାଦପତ୍ର ହକରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

mahabharatanews