ଓଡିଶା

ବୃଦ୍ଧାଙ୍କୁ ଦଳି ଦେଲା ହାତୀ

(ସୁନ୍ଦରଗଡ):ସୁନ୍ଦରଗଡ ଜିଲ୍ଲାରେ ହାତୀ ଉପଦ୍ରଦ ଦେଖାଦେଇଛି । ଜିଲ୍ଲା ଅନ୍ତର୍ଗତ ହେମଗିରି ଫରେଷ୍ଟ ରେଞ୍ଜର କୋଡ଼ବାହଲ ଓ ବାଦୀବାହଲ ଗାଁରେ ହାତୀ ଉତ୍ପାତ ଯୋଗୁଁ ଲୋକେ ଆତଙ୍କିତ ଅଛନ୍ତି। ହାତୀଟି ଜଣଙ୍କୁ ଦଳି ମାରିବା ସହ ଦୋକାନ ଘର ଓ ଫସଲ ନଷ୍ଟ କରିଛି। ଶୁକ୍ରବାର ଭୋରରୁ କୋଡ଼ବାହଲ ଗାଁର ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେଇଛି। ସେ ଶୌଚ ପାଇଁ ଯିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସେହିପରି ଗୁରୁବାର ରାତିରେ ବାଦୀବାହଲ ଗାଁରେ ଅନ୍ୟ ଏକ ହାତୀ ପଶି ବ୍ୟାପକ କ୍ଷତି ଘଟାଇଛି। ଦୁଇଟି ଦୋକାନ ଘର ଭାଙ୍ଗିବା ପରେ ଜିନିଷ ପତ୍ର ଖାଇବା ସହ ନଷ୍ଟ କରିଦେଇଛି। ଏହାସହ ଅନେକ ଫସଲ ମଧ୍ୟ ନଷ୍ଟ କରିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଘୋଡ଼ାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଘୋଉଡ଼ାଇପାରି ନଥିଲା। ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଉତ୍ପ।।ତ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

Related posts

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି

mahabharatanews

 ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି 

mahabharatanews

ଯବାନ ଓ ମାଓବାଦୀ ମୁହାଁମୁହିଁ, ଦୁଇ ଘଣ୍ଟା ଗୁଳିବିନିମୟ

mahabharatanews