ଓଡିଶା

କଣିହାଁ ଏନଟିପିସି ପକ୍ଷରୁ ଗାଁରେ ସାବୁନ ବଣ୍ଟନ କାର୍ଯ୍ୟକ୍ରମ

(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ପାରିପାଶ୍ୱର୍ିକ ଗାଁ ଗୁଡିକୁ ଲାଇଫବଏ ସାବୁନ ବିତରଣ କରିଛି । ବ୍ଲକ ଅନ୍ତର୍ଗତ ବିଜିଗୋଳ, କଣିହାଁ, କାଟେଣି, ରଙ୍ଗବେଡା, କରଡେଇ, ଗଦାଶିଳା, ଭୀମକାଣ୍ଡ, ଲୋଧାବନ୍ଧ, ବାରଡାଙ୍ଗୁଆ ଆଦି ଗାଁ ଗୁଡିକରେ ସାବୁନ ବଣ୍ଟାଯାଇଛି । ଏହି ଗାଁ ଗୁଡିକରେ ପ୍ରତି ପରିବାର ପିଛା ୧୫ଟି ଲେଖାଏଁ ସାବୁନ ମିଳିଥିବା ଜଣାଯାଇଛି । ଗାଁର ସଭାପତି, ସ୍ଥାନୀୟ ୱାର୍ଡ ସଭ୍ୟ/ ସଭ୍ୟା ଏନଟିପିସି, କଣିହାଁ ପ୍ରକଳ୍ପ ପକ୍ଷରୁ ସାବୁନ ବିତରଣରେ ସାମିଲ ଥିଲେ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ହାତ, ମୁହଁ, ଗୋଡ ସଫାସୁତରା ରଖିବା ପାଇଁ ଏନଟିପିସିର ମାନବ ସମ୍ବଳ ବିଭାଗୀୟ ଅଧିକାରୀ ମାନେ ଗାଁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ପରିବେଶ ସଫାସୁତରା ପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର ବୋଲି ଏନଟିପିସି, କଣିହାଁର ମାନବ ସମ୍ବଳ କର୍ମଚାରୀ ଭିଷ୍ମଦେବ ନାୟକ କହିଥିଲେ । ସାବୁନ ବଣ୍ଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଗଦାଶିଳା ସରପଞ୍ଚ ଜେମାମଣି ନାଏକ, ୱାର୍ଡ ସଭ୍ୟ ବୃନ୍ଦାବନ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Related posts

ଅସହାୟ ମହିଳାଙ୍କୁ ନିଜ ଘରକୁ ପଠାଇ ଉଦାହରଣ ସାଜିଲେ ସୋନପୁର ଆରକ୍ଷି ଅଧିକ୍ଷକ

mahabharatanews

ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନରେ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ

mahabharatanews