ଓଡିଶା

ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

(ବାଲେଶ୍ଵର) :  ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଂଚିଛନ୍ତି  । ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ସ୍ଥାନୀୟ ସୂତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ଏଯାବତ୍ ୨୪୦ ଟପି ଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ,  ଘଟଣାସ୍ଥଳରେ ବିଛାଡ଼ି ହୋଇପଡ଼ିଥିବା ଅନେକ ବଗି ତଳେ ଯାତ୍ରୀ ଚାପି ହୋଇରହିଥିବା ସୂଚନା ରହିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାେରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି।

Related posts

ପାରାଦୀପରେ ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ

mahabharatanews

ତାତିରେ ଛଟପଟ ହୋଉଛି ଓଡିଶା,୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ

mahabharatanews

ଥାନାରେ ପଶି ପୁଲିସକୁ ଆକ୍ରମଣ

mahabharatanews