ରାଜନୀତି

କଂଗ୍ରେସକୁ ପାଣ୍ଠି ଦେଉଛି ଚୀନ: ବିଜେପି

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ଉତ୍ତେଜନା ପାଇଁ କଂଗ୍ରେସ ଲଗାତର ମୋଦି ସରକାର ବିରୋଧରେ ବୟାନବାଜି କରିଆସୁଛି । ଏହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ଆରମ୍ଭ ହୋଇଯାଇଛି । କଂଗ୍ରେସ ସହଯୋଗରେ ଚୀନ ସୀମ।।ରେ ଉତ୍ତେଜନା ସୃଷ୍ଟି କରୁଥିବା ପୂର୍ବରୁ ବିଜେପି ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ବିରୋଧରେ ଏକ ସଂଗୀନ ଅଭିଯୋଗ କରିଛି ବିଜେପି । କଂଗ୍ରେସର ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ୍‌ ଦୀର୍ଘ ବର୍ଷରୁ ପାଣ୍ଠି ଦେଇ ଆସୁଥିବାର ବିଜେପି ପ୍ରମାଣ ଉପସ୍ଥାପିତ କରିଛି। ଖାସ୍ ଏଥିଲାଗି କଂଗ୍ରେସ ଭାରତ ବଦଳେ ଚୀନ୍ ଭାଷା କହୁଥିବା ଓ ଶତ୍ରୁକୁ କୁଟନୈତିକ ବଳ ଦେଉଥିବା ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଛନ୍ତି।
କଂଗ୍ରେସ ଅମଳରୁ ଚୀନ୍ ଆମ ସୀମାକୁ ଅଧିକାର କରିଥିବା ଆଇନମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନର ୨୦୦୫ ମସିହା ସୂଚୀ ତାଙ୍କୁ ମିଳିଛି। ଏଥିରେ ପ୍ୟୁପିଲସ ରିପବ୍ଲିକ୍ ଅଫ ଚାଇନା (ପିଆରସି) ଅନୁଦାନ ଦେଇଥିବାର ସୂଚନା ରହିଛି। ଏଥିରେ ଚୀନ୍ ଦୂତାବାସ ବ୍ୟତୀତ କେତେକ ପିଏସୟୁ ଓ ଉଦ୍ୟୋଗପତି ମଧ୍ୟ ପାଣ୍ଠି ଦେଇଛନ୍ତି। ତେବେ ଭାରତୀୟ ଆଇନ ଅନୁସାରେ କୌଣସି ପାର୍ଟି ସରକାରଙ୍କ ବିନାନୁମତିରେ ବିଦେଶରୁ ଅର୍ଥ ସଂଗ୍ରହ କରିପାରିବେନି। ଏହା ସତ୍ତ୍ୱେ କଂଗ୍ରେସକୁ ଲାଞ୍ଚ ନେବାର କି ଆବଶ୍ୟକତା ପଡିଲା ବୋଲି ରବିଶଙ୍କର ପ୍ରଶ୍ନ କରିଛନ୍ତି।
ଏହା ପୂର୍ବରୁ ଗତ ସପ୍ତାହରେ ବିଜେପି ଏ ନେଇ ଗାନ୍ଧି ପରିବାରକୁ ଟାର୍ଗେଟ୍ କରିଥିବା ବେଳେ ଚୀନ୍‌ ଏମ୍ବାସୀରେ ସୋନିଆ ଓ ରାହୁଲଙ୍କ ସହ ଚୀନ୍‌ ଅଧିକାରୀମାନଙ୍କ ୨୦୦୮ମସିହା ବୈଠକର ଫଟୋ ମଧ୍ୟ ଜାରି କରିଥିଲା। ତେବେ କଂଗ୍ରେସ ଏଭଳି ଅଭିଯୋଗକୁ ବିଭ୍ରାନ୍ତିକର ଓ ମନଗଢା ବୋଲି କହିଛି।

Related posts

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ଶୀତ ଅଧିବେଶନ

mahabharatanews

ବିହାରରେ ଭାଙ୍ଗିବ କି ବିଜେପି ଜେଡିୟୁ ମେଣ୍ଟ

mahabharatanews

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews