ଭୁବନେଶ୍ୱର: ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରାବଣ ମାସରୁ ହିନ୍ଦୁ ପର୍ବପର୍ବାଣିର ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଜୁଲାଇ ୬ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେଉଛି । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଅନେକ ମହତ୍ୱ ରହିଛି । ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କୁ ଆରାଧନା କଲେ ବହୁ ଜନ୍ମର ପାପ ନାଶହେ।।ଇଥାଏ । ତେଣୁ ଏହି ମାସଟି ଭଗବାନ ଶିବଙ୍କୁ ସମର୍ପିତ । ସାରା ଦେଶରେ ଲକ୍ଷଲକ୍ଷ କାଉଡିଆ ଶିବଲିଙ୍ଗରେ ଜଳ ଅର୍ପଣ କରି ମହାଦେବଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ଶ୍ରାବଣ ମାସରେ ପବିତ୍ର ନଦୀରେ ସ୍ନାନ କଲେ ମଧ୍ୟ ପୁଣ୍ୟ ଫଳ ମିଳିଥାଏ । ଏହି ମାସରେ ପବିତ୍ର ନଦୀରେ ସ୍ନାନ ଏବଂ ଭଗବାନ ଶିବଙ୍କ ରୁଦ୍ରାଭିଷେକର ବିଶେଷ ମହତ୍ୱ ରହିଛି ।
କିନ୍ତୁ ଚଳିତ ବର୍ଷ କରୋନାର ବିଭିଷିକା ମଧ୍ୟରେ କାଉଡିଆଙ୍କ ଜଳଦାନ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ, ବିଶେଷଜ୍ଞଙ୍କ ଅନୁଯାୟୀ, ଜୁଲାଇ ମାସରେ ସଂକ୍ରମଣ ଶୀର୍ଷ ସ୍ଥାନ ନେବ । ତେଣୁ ଅନ୍ୟ ପର୍ବପର୍ବାଣି ପାଇଁ ସରକାର ମନାକରିଥିବା ବେଳେ ଶ୍ରାବଣ ସୋମବାର ପାଇଁ ସରକାର କେଉଁ ପ୍ରକାର ନିର୍ଦ୍ଦେଶନାମା ଜାରି କରିବ ତାହା ଦେଖିବାକୁ ରହିଲା ।
previous post
next post