ଓଡିଶା

ବଜ୍ରାଘାତରେ ଯୁବତୀ ମୃତ

(ଦୀପକ ମିଶ୍ର / ଉଦଳା): ଏମିତି ବି ଆସେ ମୃତ୍ୟୁ । ବିଲରେ ଖତ ଦେଇ ଫେରୁଥିବା ବେଳେ ବଜ୍ରଘାତରେ ଯୁବତୀଙ୍କ ମୃତ୍ୟୁ ହୋଇଛି । କପ୍ତିପଦା ଥାନା ଜଡିଦା ପଞ୍ଚାୟତ କୋଲ୍ହସାହି ଗ୍ରାମର ଯୁବତୀ ଲେମ୍ବ ସିଂ ଗତକାଲି ଅପରାହ୍ନ ସମୟରେ ନିଜ ବିଲକୁ ଖତ ନେଇ ଯାଇଥିଲେ । ବିଲରେ ଖତ ଦେଇ ସେଠାରୁ ଫେରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତରେ ଲେମ୍ବଙ୍କର ମୃତ୍ୟୁ ହୋଇଥିଲା । ଦମକଳ ବିଭାଗ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଥିଲେ ।

Related posts

କରୋନା ସଚେତନତା କାର୍ଯ୍ୟକ୍ରମ ଓ ମାକ୍ସ ବଣ୍ଟନ

mahabharatanews

ବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଧର୍ମକୁ ଆଖିଠାର

mahabharatanews