ଓଡିଶା

ବଜ୍ରାଘାତରେ ଯୁବତୀ ମୃତ

(ଦୀପକ ମିଶ୍ର / ଉଦଳା): ଏମିତି ବି ଆସେ ମୃତ୍ୟୁ । ବିଲରେ ଖତ ଦେଇ ଫେରୁଥିବା ବେଳେ ବଜ୍ରଘାତରେ ଯୁବତୀଙ୍କ ମୃତ୍ୟୁ ହୋଇଛି । କପ୍ତିପଦା ଥାନା ଜଡିଦା ପଞ୍ଚାୟତ କୋଲ୍ହସାହି ଗ୍ରାମର ଯୁବତୀ ଲେମ୍ବ ସିଂ ଗତକାଲି ଅପରାହ୍ନ ସମୟରେ ନିଜ ବିଲକୁ ଖତ ନେଇ ଯାଇଥିଲେ । ବିଲରେ ଖତ ଦେଇ ସେଠାରୁ ଫେରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତରେ ଲେମ୍ବଙ୍କର ମୃତ୍ୟୁ ହୋଇଥିଲା । ଦମକଳ ବିଭାଗ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଥିଲେ ।

Related posts

ଅଗ୍ନିଶମ ବିଭାଗ ଭିତରେ ସାପ

mahabharatanews

ବୃଦ୍ଧାଙ୍କୁ ଦଳି ଦେଲା ହାତୀ

mahabharatanews

ଗଜପତିଙ୍କୁ ଚିଠି ଲେଖିଲା ବେଙ୍ଗାଳୁରୁ ଇସ୍କନ, ନିର୍ଦ୍ଦିଷ୍ଟ ତିଥିରେ ହିଁ ହେବ ରଥଯାତ୍ରା

mahabharatanews