ଓଡିଶା

ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

(ତାରାକାନ୍ତ ନାୟକ / ସାଲେପୁର): କଟକ ଜିଲ୍ଲା ସାଲେପୁର ମାଛୁଆତି ଗ୍ରାମର ଜଗନ୍ନାଥ ମଲ୍ଲିକ ଗତକାଲି ୪ଟାରେ ପଳାଶୁଣି ଡିଭାଇଡର ଡେଇଁ ରାସ୍ତାର ଆରପାର୍ଶ୍ୱରେ ଥିବା ମେଡ଼ିସିନ ଦୋକାନକୁ ମେଡ଼ିସିନ ଆଣିବା ପାଇଁ ଯାଉଥିଲେ । ଡିଭାଇଡ଼ରରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧରି ଡେଇଁଲା ବେଳେ ଖୁଣ୍ଟଟି କୌଣସି ପ୍ରକାର ଚାର୍ଜ ହୋଇଯାଇଥିଲା।ବିଦ୍ୟୁତ ଆଘାତରେ ସେଠାରେ ଜଗନ୍ନାଥ ତଳେ ପଡିଯାଇଥିଲେ। ତାଙ୍କୁ ମେଡିକାଲ
ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ପଳାଶୁଣିରେ ରହି ବ୍ୟବସାୟ କରୁଥିଲେ।ତାଙ୍କର ତିନୋଟି  ଝିଅ ଅଛନ୍ତି।ତାଙ୍କର ମୃତ୍ୟ ଖବର ପାଇ ସାଲେପୁର,ମାଛୁଆତି ଗ୍ରାମରେ ଶୋକର ଛାଇ ଖେଳିଯାଇଛି।

Related posts

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews

ବାମନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ସାତକୋଶିଆ ରେଞ୍ଜ ଅଞ୍ଚଳ ରେ ୫ ଗୋରୁ କୁ ମାରିଲା ବାଘ

mahabharatanews