ଓଡିଶା

୨୨ ଜିଲ୍ଲାରୁ ୨୦୬ ନୁଆ ଜରୋନା ଆକ୍ରାନ୍ତ ଚିହ୍ନଟ

(ଭୂବନେଶ୍ୱର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୨୦୦ ପାର କରିଛି । ଗତକାଲି ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୨ଟି ଜିଲ୍ଲାରୁ ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ କର୍ମଚାରୀ ଥିବା ଜଣାଯାଇଛି। ୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୮, କୋରାପୁଟରୁ ୧୮, କଟକ ଓ ଜଗତସିଂହପୁର ଜିଲ୍ଲାରୁ ୧୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୬, ବାଲେଶ୍ୱରରୁ ୫, ଭଦ୍ରକରୁ ୪, ବଲାଙ୍ଗୀର ୧୬, ବୌଦ୍ଧରୁ ଜଣେ, ଦେବଗଡ ୧୫, ଢେଙ୍କାନାଳ ୪, ଗଞ୍ଜାମ ୩, ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୬, ଖୋର୍ଦ୍ଧା ୭, ମୟୂରଭଞ୍ଜ ୭, ନୟାଗଡ ୧, ପୁରୀ ୧, ସମ୍ବଲପୁର ୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୬୮୫୯ ଥିବା ବେଳେ ଆଜି ଏହା ୭୦୬୫ରେ ପହଞ୍ଚିଛି। ସେଥି ମଧ୍ୟରୁ ୪୯୪୬ ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟର ବିଭିନ୍ନ ମେଡିକାଲରେ ୨୦୮୭ ଜଣ ଚିକିତ୍ସିତ ହେଉଛନ୍ତି।

Related posts

ଗଜ ଉଦ୍ଧାର ବେଳେ ଅଘଟଣ: ଓଲଟିଲା ଓଡ୍ରାଫ ବୋଟ

mahabharatanews

ଆନନ୍ଦବଜାର ବିଶୃଙ୍ଖଳା: ଅଣସୁପକାରଙ୍କ ଉପରେ ରୋକ

mahabharatanews

ଓୟୋରେ ଦୁଷ୍କର୍ମ, ଯୁବକ ଗିରଫ

mahabharatanews