ଅପରାଧ

ସହକର୍ମୀଙ୍କୁ ଗଣଦୁଷ୍କର୍ମ; ୩ ଗିରଫ, ୩ ଫେରାର

ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଏକ କାଫେରେ ସୋମବାର ବିଳମ୍ବିତ ରାତିରେ ପାର୍ଟି ପରେ ଦୁଇ ଜଣ ବ୍ୟକ୍ତି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଆଉ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ପୀଡ଼ିତା ଏବଂ ଅଭିଯୁକ୍ତମାନେ ଦିଲ୍ଲୀର କରକରଡୁମାସ୍ଥିତ କ୍ରସ୍‌ ରିଭର ମଲ୍‌ରେ ଥିବା କାଫେ ୮ରେ କାମ କରୁଥିଲେ। ସୋମବାର ରାତିରେ ୮ ଜଣ ସହକର୍ମୀ ପ୍ରୀତ ବିହାରର ସଲ୍‌ତାନେଟ୍‌ କାଫେରେ ଏକ ପାର୍ଟି ପାଇଁ ଏକାଠି ହୋଇଥିଲେ। ସାଧାରଣତଃ ଏହି କାଫେ ରାତି ୧୧ଟା ୩୦ରେ ବନ୍ଦ ହୋଇଥାଏ। ତେବେ ଗୋଷ୍ଠୀର ଜଣେ କର୍ମଚାରୀଙ୍କ ପାଖରେ କାଫେର ଚାବି ଥିବାରୁ ରାତିରେ ପୁଣି କାଫେ ଖୋଲାଯାଇଥିବା ଜଣାପଡ଼ିଛି। ସେଠାରେ ସମସ୍ତେ ମଦ୍ୟପାନ କରିବା ସହ ପାର୍ଟି କରିଥିଲେ।

Delhi: 22-year-old woman alleges gang rape by colleagues at Preet Vihar  cafe, three arrested - India TV News

ରାତି ପ୍ରାୟ ୩ଟା ୩୦ରେ ସମସ୍ତେ କାଫେରୁ ବାହାରିଥିଲେ। ଏହାର କିଛି ସମୟ ପରେ ଦୁଇ ଜଣ ପୁରୁଷ ସହକର୍ମୀ ତାଙ୍କୁ ଗଣଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଅନ୍ୟ ସହକର୍ମୀମାନେ ମଧ୍ୟ ଏହି ଘଟଣାରେ ସେମାନଙ୍କୁ ସହଯୋଗ କରିଥିବା ସେ କହିଛନ୍ତି। ଅଭିଯୋଗ ଅନୁଯାୟୀ, ଘଟଣା ପରେ ମହିଳା ଜଣକ ତୁରନ୍ତ ପୋଲିସରେ ଅଭିଯୋଗ କରିନଥିଲେ। ସିସିଟିଭି ଫୁଟେଜ୍‌ରେ ସେ ଜଣେ ପୁରୁଷ ବନ୍ଧୁ ଏବଂ ଅନ୍ୟ ଦୁଇ ମହିଳାଙ୍କ ସହ ଏକ ଗାଡ଼ିରେ ଯାଉଥିବା ଦେଖାଯାଇଥିବା ପୋଲିସ କହିଛି।

Related posts

ବିଜଲାନ୍ସ ଜାଲରେ ପୂର୍ବତନ କୃଷି ପରିଚାଳକ

mahabharatanews

ଶାଶୁକୁ ହାଣି ଜ୍ୱାଇଁ ପୁଅ ଚମ୍ପଟ୍, ଥାନାରେ ମାମଲା

mahabharatanews

ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

mahabharatanews