ଦେଶ ବିଦେଶ

ସିଜେପିର ସୌରଭ ଦାସଙ୍କୁ ଲଣ୍ଡନ ଯିବାକୁ ମିଳିଲାନି ଅନୁମତି

କକ୍ରୋଚ ଜନତା ପାର୍ଟି ବା ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସଙ୍କୁ ଲଣ୍ଡନ ଯିବାକୁ ମିଳିନାହିଁ ଅନୁମତି। ସେ ଦିଲ୍ଲୀରୁ ଲଣ୍ଡନ ଯିବାକୁ ଚାହୁଁଥିବା ବେଳେ  ତାଙ୍କୁ ମିଳିନାହିଁ ଅନୁମତି ।  ଏ ସମ୍ପର୍କରେ ସୌରଭ ନିଜେ ଏୟାରପୋର୍ଟରୁ ଗୋଟିଏ ଭିଡିଓ ଜାରି କରି ସମସ୍ତଙ୍କୁ ଜଣାଇଥିଲେ। ହେଲେ ଏବେ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ନ ମିଳିବାର କାରଣ ଜାତୀୟ ମାଧ୍ୟମ ଗୋଟିଏ ସୂତ୍ରକୁ ଆଧାର କରି ରିପୋର୍ଟ ପ୍ରକାଶ କରିଛି। ଏହି ସୂତ୍ରରେ ଦାବି କରାଯାଇଛି ଯେ ସୌରଭଙ୍କ ପାସ୍‌ପୋର୍ଟରେ ତାଙ୍କ ଜନ୍ମ ସ୍ଥାନକୁ ନେଇ ଭୁଲ ତଥ୍ୟ ରହିଛି। ଏହି କାରଣରୁ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନାହିଁ। କିନ୍ତୁ ଏ ସମ୍ପର୍କରେ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

CJP's Saurav Das moves Delhi HC after being stopped from travelling to  London over passport row | India News - The Times of India

ଏହାପୂର୍ବରୁ ସୌରଭ ଦିଲ୍ଲୀ ଏୟାରପୋର୍ଟରୁ ଗୋଟିଏ ଭିଡିଓ ଜାରି କରିଥିଲେ ଯେ ସେ କ୍ୟାମ୍ବ୍ରିଜର ଅକ୍ସଫୋର୍ଡ ଭଳି ଏକାଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯାଉଥିବା ବେଳେ ତାଙ୍କୁ ସେଠାକୁ ଛଡ଼ା ଯାଉ ନାହିଁ। ସେଠାରେ ସେ କକ୍ରୋଚର ଅଭିଯାନ ସମ୍ପର୍କରେ କହିବାର ଥିଲା। କିନ୍ତୁ କେନ୍ଦ୍ର ସରକାର ତାଙ୍କୁ ଛାଡ଼ୁ ନଥିବା ସୌରଭ ଅଭିଯୋଗ କରିଥିଲେ।  ତେବେ ସରକାରୀ ସୂତ୍ରରେ କୁହାଯାଇଛି ଯେ ସୌରଭଙ୍କ ପାସପୋର୍ଟରେ ଭୁଲ ବଶତଃ ତାଙ୍କ ଜନ୍ମ ସ୍ଥାନ ଚେନ୍ନାଇ ରହିଛି। ଏଥିପାଇଁ ଚେନ୍ନାଇରେ ଥିବା ଆଞ୍ଚଳିକ ପାସପୋର୍ଟ ଅଫିସ ତାଙ୍କ ପାସପୋର୍ଟକୁ ସଂଶୋଧନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

Related posts

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

mahabharatanews

ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ

mahabharatanews

୧୨ ବର୍ଷରୁ କମ୍ ଶିଶୁଙ୍କୁ ଆଇନଗତ ଇଚ୍ଛାମୃତ୍ୟୁ

mahabharatanews