ଓଡିଶା

ଆଦିବାସୀ ହୋ-ଭାଷାର ଜନକଙ୍କୁ ଶ୍ରଦ୍ଧାଞ୍ଜଳି

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ଆଦିବାସୀ ହୋ-ଭାଷା ଲିପିର ଜନକ କୋଲଗୁରୁ ପଣ୍ଡିତ ଲାକୋ ବୋଦରାଙ୍କର ୩୪ତମ ପୁଣ୍ୟ ତିଥିରେ ରାଇରଙ୍ଗପୁର ଠାରେ ଆଦିବାସୀ ହୋ-ସମାଜ ମହାସଭା ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ସଭାରେ ହୋ-ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରାଯିବା ପାଇଁ ଯୋଗ ଦେଇଥିବା ସମସ୍ତ ନେତୃବୃନ୍ଦ ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ଅନିଳ ବିରୁଆ ଶ୍ରୀ ପ୍ରହ୍ଲାଦ ପୁର୍ତି ପୁର୍ବତନ ବିଧାୟକ, ଆଇନଜୀବୀ ଟିକୁନ ଜେରାଇ ଶ୍ରୀ ବିଜୟ ନାଏକ ଦମୋଦର ବାରଦା ପଟେଳ ବୋଦରା ଓ ଅନ୍ୟ କାର୍ମକର୍ତା ଉପସ୍ଥିତ ଥିଲେ ।
ପଣ୍ଡିତ ଲାକୋ ବୋଦରା ଝାଡଖଣ୍ଡର ପଶ୍ଚିମ ସିପ୍ସହଭୁମ ସ୍ଥିତ ପାସେୟା ଗାଁରେ ୧୯.୧୧.୧୯୧୯ରେ ଜନ୍ମଗ୍ରହଣ କରିଥିଲେ । ହୋ-ଭାଷା ଲିପିର ବିକାଶ ପାଇଁ ସେ ବାରପ୍ସଙ୍ଗ-ଚିତିଲିପିର ଆବିଷ୍କାର କରିଥିଲେ ଏବଂ ତାହାର ପ୍ରଚାର ପ୍ରସାର ପାଇଁ ଆଦି ସଂସ୍ଲୃତି ସଂସ୍ଥାନ ଝିପ୍ସକପାନୀ ଠାରେ ସ୍ଥାପନ କରିଥିଲେ। ଏହି ସଂସ୍ଥାନ ଆଜି ବି ହୋ-ସମାଜ-ଭାଷା ସାହିତ୍ୟ ପାଇଁ କାର୍ୟରତ ରହିଛି। ସୂଚନାଯୋଗ୍ୟ, ହୋ-ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୁଚୀରେ ସାମିଲ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରେ ଵାରମ୍ଵାର ଦାବି ହୋଇଆସୁଛି।

Related posts

୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 

mahabharatanews

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

mahabharatanews

ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

mahabharatanews