ଓଡିଶା

ଫ୍ଲାଇଟ କ୍ୟାନସଲ ପାଇଁ ପହଞ୍ଚି ପାରିଲେନି, ରିସେସ୍ପନ କରାଇଲା ଇଣ୍ଡିଗୋ

ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ୍ କ୍ୟାନସଲର କାରଣରୁ କର୍ଣ୍ଣାଟକର ହୁବଲୀରେ ୩ ଡିସେମ୍ବର ବୁଧବାର ଅନୁଷ୍ଠିତ ବିବାହ ଭୋଜି ବିନା ବର-କନ୍ୟାରେ ହୋଇଛି। ଯାହା ଆମନ୍ତ୍ରିତ ଅତିଥିଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାର୍ଯ୍ୟକ୍ରମରେ ବର-ବଧୂଙ୍କ ବିନା କନ୍ୟାଙ୍କ ମାତାପିତା ମଞ୍ଚରେ ବସିଥିଲେ ଓ ନବ ବିବାହିତ ଦମ୍ପତ୍ତି ଭୁବନେଶ୍ୱରରୁ କାର୍ଯ୍ୟକ୍ରମରେ ଅନ-ଲାଇନ୍ ଭର୍ଚୁଆଲ ଯୋଗ ଦେଇଥିଲେ।

ସୂଚନା ଅନୁସାରେ ଏହି ରିସେପସନ ହୁବଲୀର ମେଧା କ୍ଷୀରସାଗର ଓ ଭୁବନେଶ୍ୱରର ସଙ୍ଗମ ଦାସଙ୍କର ଥିଲା। ଦୁଇଜଣ ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି ଓ ସେମାନଙ୍କ ବିବାହ ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କନ୍ୟାଙ୍କ ହୋମ ଟାଉନ ହୁବଲୀରେ ଡିସେମ୍ବର ୨ ଓ ୩ ତାରିଖରେ ରିସେପସନ ଆୟୋଜନ କରାଯାଇଥିଲା। ଏଥି ପାଇଁ କନ୍ୟାଙ୍କ ପରିବାର ଲୋକେ ହୁବଲୀର ଗୁଜରାଟ ଭବନରେ ସବୁ ପ୍ରକାର ପ୍ରସ୍ତୁତି ସାରିଥିଲେ।

ନବ ବିବାହିତ ଦମ୍ପତ୍ତି ଡିସେମ୍ବର ୨ ତାରିଖରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ହୋଇ ହୁବଲୀ ପହଞ୍ଚିବାର ଯୋଜନା କରିଥିଲେ। ସେହି ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଟିକେଟ୍ ମଧ୍ୟ କରିଥିଲେ। ହେଲେ ଡିସେମ୍ବର ୨ ତାରିଖ ଦିନ ପୂର୍ବାହ୍ନ ୯ଟା ଫ୍ଲାଇଟ୍ ନା କେବଳ ବିଳମ୍ବ ହୋଇଥିଲା ପରେ କ୍ୟାନସଲବି ହୋଇଯାଇଥିଲା। ସେହିପରି ୩ ଡିସେମ୍ବର ଭୋର ୪-୫ଟା ବେଳର ଫ୍ଲାଇଟ୍ ଅଚାନକ କ୍ୟାନସଲ କରି ଦିଆଯାଇଥିଲା। ଫ୍ଲାଇଟ୍ କ୍ୟାନସଲ ହେବା କାରଣରୁ ମେଧା ଓ ସଙ୍ଗମ ସଠିକ ସମୟରେ ହୁବଲୀ ପହଞ୍ଚି ପାରିନଥିଲେ। ଏଣୁ ପରିବାର ରିସେପସନ ରଦ୍ଦ କରିବା ବଦଳେ ଅନଲାଇନ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ଇଭେଣ୍ଟ ପଏଣ୍ଟରେ ସ୍କ୍ରିନ ଲଗାଇ ବର-କନ୍ୟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅମନ୍ତ୍ରିତ ଅତିଥିଙ୍କ ସହିତ ଯୋଡି ହୋଇଥିଲେ। ସେପଟେ ହୁବଲୀରେ ମେଧାଙ୍କ ମାତାପିତା ଷ୍ଟେଜରେ ଉପସ୍ଥିତ ରହି ଆମନ୍ତ୍ରିତ ଅତିଥିଙ୍କୁ ସ୍ୱାଗତ କରିଥିଲେ।

Related posts

ଖମାର ବନବିଭାଗକୁ ବଡ଼ ସଫଳତା

mahabharatanews

ଲାଇନ ସଜାଡୁଥିବା ବେଳେ ବିଦ୍ୟୁୂତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

mahabharatanews

କରୋନା ସୂଚନା ପାଇଁ ହେଲପଡେସ୍କ ଆରମ୍ଭ

mahabharatanews