Uncategorized

ଦିନକରେ ୧୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ଦେଶରେ ମହାମାରୀ କରୋନା ଯୋଗୁ ପ୍ରଦିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ୧୮ ହଜାର ୬୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮୫ ହଜାର ପାର କରିଛି । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖୟା ୧୭ ହଜାର ୪୦୦ ଛୁଇଁଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସହ ସ୍ଥିତି ବେକାବୁ ହୋଇଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩ ନୂଆ ମାମଲା ସାମନାକୁ ଆସିଛି । ଏହାସହ ୫୦୭ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୪୭ ହଜାର ୯୭୯ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୧୧୪ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

କରୋନା ବାଣ୍ଟୁଛି ଘୃଣା: ଜାତିସଂଘ

mahabharatanews

ଶସ୍ତାରେ ମାସ୍କ, ସାନିଟାଇଜର ବିକିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ

mahabharatanews

ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଭାରତବାସୀ ପ୍ରତିଜ୍ଞାବଦ୍ଧ: ମୋଦି

mahabharatanews