Uncategorized

ଇସ୍ତଫା ଦାବି ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଆଜି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ଭେଟିଛନ୍ତି । କୁହାଯାଉଛି ତାଙ୍କ ବିରୋଧରେ ତାଙ୍କ ଦଳରେ ଚାଲିଥିବା ବିଦ୍ରୋହକୁ ନେଇ ଏହି ସାକ୍ଷାତକାର । ଭାରତ ବିରୋଧୀ କାର୍ଯ୍ୟକଳାପ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହି କାର୍ଯ୍ୟକୁ ବିରୋଧ କରି ତାଙ୍କ ଦଳରେ ଦେଖାଦେଇଛି ଅସନ୍ତୋଷ । ଦଳୀୟ ସଦସ୍ୟ ଓଲିଙ୍କ ଇସ୍ତଫା ଦାବି ନେଇ ଅଡିବସିଛନ୍ତି।
ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ସଂସଦର ବଜେଟ ଅଧିବେଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ୍‌ ବୈଠକରେ ଓଲି ଉପସ୍ଥିତ ନ ଥିବା କୁହାଯାଉଛି।
ବୁଧବାର ବଲୱତାରରେ ଅନୁଷ୍ଠିତ କମ୍ୟୁନିଷ୍ଟ ପାର୍ଟିର ସ୍ଥାୟୀ କମିଟି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଲି ସାମିଲ ହୋଇନଥିଲେ। ବୈଠକରେ ଉପସ୍ଥିତ ଏନସିପିର ୧୮ ସଦସ୍ୟଙ୍କ ମଧ୍ୟରୁ ମାଧବ କୁମାର ନେପାଳ, ଝାଲା ନାଥ ଖନାଲ, ବାମଦେବ ଗୌତମ ଏବଂ ନାରାୟଣ କାଜି ଶ୍ରେଷ୍ଠଙ୍କ ସମେତ ୧୭ ବରିଷ୍ଠ ନେତା ଓଲିଙ୍କ ଇସ୍ତଫା ଦାବି କରିଥିଲେ ।

Related posts

ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ନାହିଁ: ବିଶେଷଜ୍ଞ

mahabharatanews

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

mahabharatanews

ବିଦେଶକୁ ଗୋଏୟାରର ବିମାନ ଉଡାଣ ବନ୍ଦ

mahabharatanews