ଓଡିଶା

ବିଗୁଡୁଛି ସ୍ଥିତି: ରାଜ୍ୟରେ ଦିନକରେ ୫୬୧ କରୋନା ପଜିଟିଭ ଚିହ୍ନଟ

(ମହାଭାରତ/ଭୁବନେଶ୍ୱର): ମହାମାରୀ କରୋନା ରାଜ୍ୟରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଥିବା ଦେଖାଯାଇଛି । ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ଭିତରୁ ୧୩୬ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଅବଶିଷ୍ଟ ୪୨୫ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡ଼ିଛି। ଏଥିରେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ କର୍ମଚାରୀ ଥିବା ମଧ୍ୟ ଜଣାଯାଇଛି। ରାଜ୍ୟର ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡରୁ ୨୧, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୧୯, କଟକ ୮୧, ଢେଙ୍କାନାଳ ୩, ଜଗତସିଂହପୁର ୬, ଯାଜପୁର ୩, ଝାରସୁଗୁଡ଼ା ୨, କଳାହାଣ୍ଡି ୫, କେନ୍ଦ୍ରାପଡ଼ା ୨, କେନ୍ଦୁଝରରୁ ୬, ଖୋର୍ଦ୍ଧା ୨୬, କୋରାପୁଟ ୪, ମୟୁରଭଞ୍ଜ ୧୦, ପୁରୀରୁ ଜଣେ, ରାୟଗଡ଼ା ୭୬, ସମ୍ବଲପୁର ୮ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସମୁଦାୟ ୫ ହଜାର ୫୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୬୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ଶ୍ରୀଜିଉ ଦର୍ଶନଙ୍କ ନେଇ ହଟିପାରେ ରବିବାର କଟକଣା

mahabharatanews

ଦୁଷ୍କର୍ମକୁ ନେଇ ଅନେକ ଦେଶରେ କଠୋର ଆଇନ ପ୍ରଣୟନ ହୋଇଛି: ପ୍ରତାପ ଜେନା

mahabharatanews

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ

mahabharatanews